ପୋଖରୀକୁ ଯାଇଥିଲେ ଗାଧୋଇବା ପାଇଁ, ଖସିଗଲା ଗୋଡ: ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଘଟଗାଁ (କେନ୍ୟୁଜ): ଗୋଡ ଖସି ପୋଖରୀର ଗଭୀର ପାଣିରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମରେ । ମୃତ ମହିଳା ଗ୍ରାମର ଜିଙ୍ଗି ମୁଣ୍ଡା (୫୦) ବୋଲି ଜଣାପଡିଛି । ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ। ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ତେବେ ତାଙ୍କ ଶବ ପୋଖରୀ ଭାସୁଥିବା ଦେଖି ଗ୍ରାମର କିଛି ଲୋକ ତାଙ୍କ ପରିବାର ଓ ତୁରୁମୁଙ୍ଗା ଥାନା କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.