ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଅର୍ଚ୍ଚନା ନାଗଙ୍କ ୪୦ ଲକ୍ଷର ଦାମୀ ଏଣ୍ଡେଭର କାର୍‌ ଠାବ

ଭୁବନେଶ୍ୱର(କେନ୍ୟୁଜ): ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍‌ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୪୦ ଲକ୍ଷର ଦାମୀ ଏଣ୍ଡେଭର କାର୍‌ ଠାବ ହୋଇଛି । ଯାହାର ନମ୍ବର ନଥିଲା । ପରିତ୍ୟକ୍ତ ଅବସ୍ଥାରେ ଗାଡ଼ି ଠାବ ହୋଇଥିଲା । ଶୁକ୍ରବାର ରାତିରେ ଗାଡ଼ିଟିକୁ କେହି ଆଣି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରଖି ଦେଇଥିଲେ । ପରେ ଗାଡ଼ି ଭିତରୁ ମିଳିଥିଲା ନମ୍ବର ପ୍ଲେଟ୍‌ । ଯାହାର ନମ୍ବର ରହିଛି OD02BP-2324 । ଗାଡ଼ି ଠାବ ପରେ ଘଟଣାସ୍ଥଳରେ ଇଡି ଅଧିକାରା ପହଞ୍ଚିଥିଲେ । ଯାଞ୍ଚ ପରେ ନମ୍ବର ବିହୀନ ଏଣ୍ଡେଭର ଗାଡ଼ିଟି ଅର୍ଚ୍ଚନାଙ୍କ ବୋଲି ସ୍ପଷ୍ଟ କରିଛି ଇଡି । ପରେ କାରକୁ ଇଡି ଅଫିସକୁ ନିଆଯାଇଥିଲା । ସବୁଠୁ ବଡ଼ କଥା ହେଲେ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଜେଲରେ ଥିବା ବେଳେ ସହଯୋଗୀ ଖଗେଶ୍ୱର ଏବେ ଇଡି ରିମାଣ୍ଡରେ ଅଛନ୍ତି ।

ଏଭଳି ସ୍ଥିତିରେ ଇଣ୍ଡେଭର ଗାଡ଼ିକୁ କିଏ ଉଭାନ୍‌ କରିଥିଲା ? କେଉଁଠି ଲୁଚାଇ ରଖିଥିଲା କାର୍‌ ? ଇତି ତନାଘନା ଭିତରେ ହଠାତ୍‌ ମଞ୍ଚେଶ୍ୱର ଅଞ୍ଚଳରେ କାରକୁ ଛାଡିଲା କିଏ ? ଯିଏ ଗାଡ଼ିକୁ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଥିଲେ ସେ କଣ ଅର୍ଚ୍ଚନାଙ୍କ କ୍ରାଇମ୍‌ ସିଣ୍ଡିକେଟରେ ସାମିଲ ଅଛନ୍ତି କି ? ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ତାଙ୍କର ରହିଛି କି ବଡ଼ ଭୂମିକା ? କିଏ ରାସ୍ତା କଡ଼ରେ ଏଣ୍ଡେଭରକୁ ଥୋଇ ଚାଲିଗଲା ତାଙ୍କୁ ଖୋଜିବା ବାହାର କରିବା ଏବେ ବଡ଼ ଚ୍ୟାଲେଞ୍ଜ । ଅର୍ଚ୍ଚନା ଏଣ୍ଡେଭର କାର୍‌ କିଣିବାକୁ ନେଇ ତନାଘନା ତଦନ୍ତ ଚଳାଇଛି ଇଡି । ନିକଟରେ ସୋ’ ରୁମ୍‌ ମାଲିକଙ୍କୁ ଜେରା ହୋଇଥିଲା । କାର୍‌ କିଣିବା ବେଳେ ଅର୍ଚ୍ଚନା ଦେଇଥିଲେ ନଗଦ ୩୩ ଲକ୍ଷ କ୍ୟାସ୍‌ । କୁଆଡୁ ଆଣିଲେ ଏତେ ଟଙ୍କା ? ସେନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.