ଅର୍ଚ୍ଚନାଙ୍କ ଚିତ୍କାର ପରେ ବଡ଼ ବଡ଼ିଆଙ୍କ ଭିତରେ ଭାଳେଣି, କହିଲେ କାହାକୁ ଛାଡିବିନି

ଭୁବନେଶ୍ୱର : ସମସ୍ତଙ୍କ ଗୁମର ଖୋଲିଦେବି । ଖାଲି ଅଧଘଣ୍ଟାଏ ସମୟ ଦିଅ । ମୁଁ ମୁହଁ ଖୋଲିଲେ ଏ ରାଜ୍ୟରେ ପରିବର୍ତ୍ତନ ଆଯିବ ।…..ଇଏ ହେଉଛି ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର କୁହାଯାଉଥିବା ଅର୍ଚ୍ଚନା ନାଗଙ୍‌କର ଗଣମାଧ୍ୟମ ଆଗରେ ବୟାନ୍‌ । ଅର୍ଚ୍ଚନା କହିଛନ୍ତି ଯେ ସମସ୍ତଙ୍କ ଗୁମର ଖୋଲିବେ । କାହାକୁ ଛାଡିବେନି । ନେତା, ମନ୍ତ୍ରୀ କି ଆଉ କିଏ । ସମୟ ଆସିଲେ ପ୍ରମାଣର ସହ ଦେଖାଇବି । ଆଜି ନହେଲେ କାଲି ଖାଲି ୩୦ ମିନିଟ ସମୟ ଦରକାର । ଏଥି ସହିତ ସେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଅର୍ଚ୍ଚନା କହିଛନ୍ତି, ସେମାନେ ପଣସ ଖାଇଲେ, ମୋ ମୁଣ୍ଡରେ ଅଠା ବୋଳିଲେ ।

ପୂରା ବେଫିକର ଭଳି ଦିଶୁଥିବା ଅର୍ଚ୍ଚନା କେବଳ ବିଷୋଦଗାର କରୁଛନ୍ତି । କାଲି କହିଥିଲେ ତାଙ୍କୁ ଫସାଇ ଦିଆଯାଇଛି । ଆଜି କହିଛନ୍ତି ମୁହଁ ଖୋଲିଲେ ରାଜ୍ୟରେ ବଡ଼ ପରିବର୍ତ୍ତନ ହେବ । ସମୟ ଆସିଲେ ସବୁ ତଥ୍ୟ ପ୍ରମାଣ ଦେବେ । କାହାରିକୁ ଛାଡ଼ିବେନି ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କ ଉପରେ ପୁଣି ବର୍ଷିଛନ୍ତି । ଅର୍ଚ୍ଚନା କହିଛନ୍ତି, କିଏ ଖାଇଲେ ପଣସ ତାଙ୍କ ମୁଣ୍ଡରେ ବୋଳିଲେ ଅଠା । ଶ୍ରଦ୍ଧାଞ୍ଜଳି କାହିଁକି ସାମନାକୁ ଆସୁ ନାହାନ୍ତି ବୋଲି ଚିତ୍କାର କରି କହୁଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ଲିଙ୍କ୍‌ରେ ଥିଲେ କେଉଁମାନେ ? କେଉଁ ବଡ଼ମୁଣ୍ଡଙ୍କୁ ସେ ଆଗକୁ ତଦନ୍ତ ଭିତରକୁ ଟାଣିବେ । ଆଜି ଅର୍ଚ୍ଚନା କହିଛନ୍ତି, ନେତା କି ମନ୍ତ୍ରୀ କି କଣ ? ୩୦ ମିନିଟ୍‌ ସମୟ ଦେଲେ ସବୁ ପ୍ରମାଣ କରିଦେବେ । ତାଙ୍କୁ ନେଇ ସୃଷ୍ଚି କରାଯାଇଥିବା ଭ୍ରାନ୍ତ ଚିନ୍ତାଧାରାକୁ ଭୁଲ୍‌ ପ୍ରମାଣିତ କରିବେ ।

ପୋଲିସ ଉପରେ ବି ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି ପାଟି, ମୁହଁ ବନ୍ଦ କରି ଆରେଷ୍ଟ କଲେ । ସେ କଣ ଆତଙ୍କବାଦୀ କି ବୋଲି ପୋଲିସକୁ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା । ଏଥିସହ କହିଛନ୍ତି, ଠିକଣା ସମୟକୁ ଅପେକ୍ଷା କରିଛି । କାଲି ସିବିଆଇ ତଦନ୍ତ ଦାବି କରିଥିଲେ ଅର୍ଚ୍ଚନା । ଆଜି କହିଛନ୍ତି ସବୁ ତଦନ୍ତର ସାମନା କରିବେ । ଗଣମାଧ୍ୟରେ ଅର୍ଚ୍ଚନାଙ୍କ ବିସ୍ଫୋରକ ପ୍ରତିକ୍ରିୟା ପରେ କମ୍ପନ । କାହାର ଖୋଲିବେ ପୋଲ୍‌ ? କେଉଁ ବଡ଼ବଡ଼ିଆଙ୍କ ଗୁମର ଫିଟାଇବେ ? ତାଙ୍କ ସହ ଲିଙ୍କ ଥିବା ବଡ଼ ମୁଣ୍ଡ ଛାନିଆ । ସେମାନଙ୍କର ଛାତି ଧଡ଼ଧ଼ଡ଼ ହେଲାଣି । କେବେ ଓ କେଉଁ ଦିନ ସେମାନଙ୍କର ପାଳି ପଡ଼ିବ ପ୍ରମାଦ ଗଣିଲେଣି । ଅର୍ଚ୍ଚନାଙ୍କ ପାଖରେ ଅଛି ବଡ଼ବଡ଼ିଆଙ୍କର କି ଗୁମର ? ଏମିତି କାହାର ଓ କେଉଁ ପ୍ରକାର ତଥ୍ୟ ପ୍ରମାଣ ରଖିଛନ୍ତି ? ସେ ମୁହଁ ଖୋଲିଲେ କି ପରିବର୍ତ୍ତନ ହେବ ତାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ । ଅର୍ଚ୍ଚନା ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ଛାତି ଧଡ଼ଧ଼ଡ଼ ହେଲାଣି । ବଡ଼ବଡ଼ିଆ ପ୍ରମାଦ ଗଣିଲେଣି କି କାଳେ ତାଙ୍କ ନାଁ କହିଦେବେ ଅର୍ଚ୍ଚନା । ତେଣୁ ଆଗକୁ ଅପେକ୍ଷା, ନାଗ ପେଡ଼ିରୁ କଣ ବାହାରୁଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.