୨୦୨୩ ରେ ଏହି ୪ ରାଶିର ବ୍ୟକ୍ତିଙ୍କୁ ସରକାରୀ ଚାକିରି ଓ ବ୍ୟବସାୟରେ ଉନ୍ନତି ହେବାର ପ୍ରବଳ ଯୋଗ, ଶନିଦେବ କରିବେ ଶଶ ରାଜଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଆଗାମୀ ୨୦୨୩ ମସିହାରେ ବହୁତ ବଡ଼ ସିଦ୍ଧି ଯୋଗ ହେବାକୁ ଯାଉଛି । କାରଣ ଏହି ବର୍ଷ କେତେକ ବଡ଼ ଗୋଚର ହେବ । ଏହା ତାଲିକାରେ କର୍ମଫଳ ଦାତା ଶନିଦେବଙ୍କ ନାମ ମଧ୍ୟ ସାମିଲ ଅଟେ । ଶନିଦେବ ୧୭ ଜାନୁଆରୀରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶନିଦେବ ଗୋଟିଏ ରାଶିରେ ଅଢ଼େଇ ବର୍ଷ ରହିଥାନ୍ତି ।

ଜାନୁଆରୀରେ ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ ଶଶ ନାମକ ରାଜଯୋଗ ବନିବାକୁ ଯାଉଛି । ଯାହାଦ୍ୱାରା ୪ ରାଶିର ଲୋକଙ୍କୁ ସରକାରୀ ଚାକିରି ମିଳିବାର ଓ ବେପାରରେ ଉନ୍ନତି ଯୋଗ ରହିଛି । ଆସନ୍ତୁ ଜାଣିବା କେଉଁମାନେ ଏହି ରାଶିର ବ୍ୟକ୍ତି ।

ମେଷ ରାଶି :

ଆପଣଙ୍କ ପାଇଁ ବର୍ଷ ୨୦୨୩ ଅନୁକୂଳ ସାବିତ ହୋଇପାରେ । ଏହି ବର୍ଷ ଆପଣଙ୍କୁ ଭାଗ୍ୟର ସାଥୀ ମିଳିବ । ସେହିପରି ଶନି ଦେବଙ୍କ ପ୍ରଭାବରୁ ଆପଣଙ୍କୁ ବେପାର ଓ କ୍ୟାରିଅରେ ଉନ୍ନତି ହେବାର ଯୋଗ ରହିଛି । ଫଳରେ ସେୟାର ବଜାରରେ ଆପଣଙ୍କୁ ଲାଭ ମିଳିବାର ଆଶା ରହିଛି । ସେୟାର ବଜାର, ଜୁଆ ଓ ଲଟେରୀରେ ଅଚାନକ ଧନ ଲାଭର ଯୋଗ ରହିଛି ।

ତୁଳା ରାଶି :

ତୁଳା ରାଶିଙ୍କ ପାଇଁ ୨୦୨୩ ଶୁଭ ସିଦ୍ଧ ହୋଇପାରେ । ଏ ବର୍ଷ ଶନଦେବଙ୍କ କୃପାରୁ ଆପଣଙ୍କୁ ନୂଆ ଚାକିରି ମିଳିପାରେ । ଏଥିସହିତ ବିଦେଶରେ ଚାକିରି ହେବାର ଯୋଗ ବି ହୋଇପାରେ । ଯେଉଁ ଛାତ୍ର ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି, ସେମାନେ ସଫଳ ହୋଇପାରନ୍ତି । ଚଳିତ ବର୍ଷ ଏମାନଙ୍କ ପାଇଁ ଶୁଭ ହୋଇପାରେ । ଯେଉଁମାନେ ଶନି ଓ ଶୁକ୍ରଙ୍କ ସହ ଜଡିତ ବେପାର ଯଥା- ତେଳ, ପେଟ୍ରୋଲ,ଖଣିଜ ପଦାର୍ଥ, ଫେସନ ଡିଜାଇନିଙ୍ଗ ଓ ଲକଜରୀ ଆଇଟମ ସେମାନଙ୍କ ପାଇଁ ସୁନ୍ଦର ହୋଇପାରେ ।

ବୃଷ ରାଶି :

ଆପଣଙ୍କ ପାଇଁ ୨୦୨୩ ଶୁଭ ହେବ । କ୍ୟାରିଅର ଓ ବେପାରରେ ଉନ୍ନତି ହେବ । କାରଣ ଶନିଦେବ ଆପଣଙ୍କ ରାଶିରେ ଦଶମ ଭାବରେ ଗୋଚର କରୁଛନ୍ତି । ଯାହାକୁ ବେପାର ଓ ଚାକିରି ସ୍ଥାନ ବୋଲି ଧରାଯାଏ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ସଫଳ ହେବାର ଯୋଗ ରହିଛି । ସେହିପରି ଚାକିରିରେ ପ୍ରମୋଶନ ହେବାର ଯୋଗ ରହିଛି ।

ବିଚ୍ଛା ରାଶି :

୨୦୨୩ ବିଚ୍ଛା ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଶୁଭ ହୋଇପାରେ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ସଫଳ ହେବାର ଯୋଗ ରହିଛି । କାରଣ ଶନିଦେବ ଆପଣଙ୍କ ଗୋଚର କୁଣ୍ଡଳୀରେ ଚତୁର୍ଥ ଭାବରେ ଗୋଚର କରୁଛନ୍ତି । ଯାହାକୁ ଭୌତିକ ସୁଖ ଓ ମାତାଙ୍କ ସ୍ଥାନ ବୋଲି ଧରାଯ ।ଏ । ତେଣୁ ଏହି ସମୟରେ ଆପଣଙ୍କୁ ସବୁ ଭୌତିକ ସୁଖ ପ୍ରାପ୍ତ ହେବ । ଏଥିସହିତ ଦରମା ବୃଦ୍ଧି ଓ ପ୍ରମୋଶନ ଯୋଗ ରହିଛି । ଏହି ବର୍ଷ ଆପଣଙ୍କୁ ୧ ରୁ ଅଧିକ ଆୟର ସ୍ତ୍ରୋତ ପ୍ରାପ୍ତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.