Below header

ଅର୍ଚ୍ଚନାଙ୍କ ରାଜ୍ୟ ବାହାର ଲିଙ୍କ୍‌ : ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗର କିଛି କମ୍ପାନି ସହ ଟଙ୍କା କାରବାର ହୋଇଥିବା ଇଡିଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ):  ଅର୍ଚ୍ଚନା ନାଗ୍‌ଙ୍କ ବାହାର ରାଜ୍ୟରେ ଲିଙ୍କ୍‌ । ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗ୍‌ ଭଳି ବଡ଼ ବଡ଼ ସହରରେ ଅର୍ଚ୍ଚନାଙ୍କ ସମ୍ପର୍କ । ଓଡ଼ିଶା ସହ ବାହାର ରାଜ୍ୟର କିଛି କମ୍ପାନି ସହ ହୋଇଛି ଟଙ୍କା କାରବାର । ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଛି । ଏଭଳି କିଛି ବଡ଼ ତଥ୍ୟ ଇଡିର ଅଧିକାରୀଙ୍କ ହାତରେ ଲାଗିଛି । ଯାହାକୁ ନେଇ ଅଧିକ ଖୋଳତାଡ଼ କରୁଛି ଇଡି । ଅର୍ଚ୍ଚନା ନାଗ୍‌ ଓ ସମ୍ପୃକ୍ତ କମ୍ପାନୀ ମାନଙ୍କ ମଧ୍ୟରେ ଏକାଧିକ ବାର ଟଙ୍କା କାରବାର ହୋଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଥିବା ସୂଚନା ମିଳିଛି ।

ସବୁଠୁ ବଡ଼ କଥା ହେଉଛି, ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏଟିଏମରୁ ଟଙ୍କା ଡିପୋଜିଟ୍‌ ହୋଇଥିବା ଜଣାପଡିଛି । ଥରେ କି ଦୁଇ ଥର ନୁହେଁ, ଅନେକ ଥର ଡିପୋଜିଟ୍‌ ହୋଇଛି । ତେବେ କେଉଁମାନେ ଟଙ୍କା ପଠାଇଥିଲେ ? କେତେ ଟଙ୍କା ପଠାଇଥିଲେ ? ଟଙ୍କା ପଠାଇବାର କାରଣ କ’ଣ ? ଏସବୁର ତଥ୍ୟ ଯୋଗାଡ଼ କରୁଛି ଇଡି । ମୁମ୍ବାଇ ଓ ଦିଲ୍ଲୀରେ ଥିବା କିଛି କମ୍ପାନୀ ସହ କାରବାର ହୋଇଥିଲା । ସେହି କମ୍ପାନି ମାନେ କିଏ ? କମ୍ପାନି ମାନଙ୍କ ଆର୍ଥିକ କାରବାର କ’ଣ ? ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତ କମ୍ପାନି ମାନଙ୍କର ସମ୍ପର୍କ କ’ଣ ? କେଉଁ ବାବଦରେ ଫାଇନାନସିଆଲ୍‌ ଟ୍ରାଞ୍ଜାକ୍ସନ୍‌ ହୋଇଥିଲା? ସେ ନେଇ ଅଧିକ ଖୋଳତାଡ଼ କରୁଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.