ଗୁଜବ ନା ସତ ? ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା

ଯାହାକୁ ନେଇ ଖବର ଏବେ ଗରମ ରହିଛି, ତାହା ସତ ନହେଉ । କାରଣ ଏହା ସାନିଆ ମିର୍ଜାଙ୍କ ଫ୍ୟାନ୍‌ମାନଙ୍କୁ ବଡ଼ ଧକ୍କା ଦେବ । ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ସ୍ୱାମୀ ପାକିସ୍ତାନୀୟ କ୍ରିକେଟର ସୋଏବ ମଲିକଙ୍କ ଭିତରେ କିଛି ବିଭେଦ ସୃଷ୍ଟି ହୋଇଛି । ଏମିତିକି କଥା ଯାଇ ଛାଡ଼ପତ୍ର ପାଖରେ ପହଞ୍ଚିଲାଣି । ଏମିତି ଏକ ଖବର ଏବେ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି ।

ସାନିଆ ଏବଂ ସୋଏବ ପରସ୍ପରକୁ ଭଲ ପାଇ ୨୦୧୦ ମସିହା ଏପ୍ରିଲ ୧୨ ତାରିଖରେ ହାଇଦ୍ରାବାଦରେ ବିବାହ କରିଥିଲେ । ଏହି ବାହାଘରକୁ ନେଇ ଅନେକ ଆପତ୍ତି ଓ ବିବାଦ ମଧ୍ୟ ସେତେବେଳେ ଉଠିଥିଲା । ହେଲେ ସାନିଆ ସବୁକିଛିକୁ ଖଣ୍ଡନ କରି ସୋଏବଙ୍କୁ ନିଜ ଜୀବନ ସାଥୀ ବନାଇଥିଲେ । ୨୦୧୮ରେ ସେମାନଙ୍କର ଏକ ପୁତ୍ର ସନ୍‌ାନ ଜନ୍ମ ହୋଇଥିଲା । ପୁଅ ଜନ୍ମ ପୂର୍ବରୁ ସାନିଆ ଟେନିସ ଖେଳିବା ବନ୍ଦ କରି ଦେଇଥିଲେ । ତେବେ ପୁଅ ଟିକେ ବଡ଼ ହେବା ପରେ ସେ ପୁଣି ଟେନିସ୍‌ କୋର୍ଟକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍‌ ଦଳର ଏକଦା ପ୍ରମୁଖ ଅଙ୍ଗ ଏବଂ ଅଧିନାୟକ ଥିବା ହ୍ୟାଣ୍ଡସମ୍‌ ସୋଏବ ମଲ୍ଲିକ ଫର୍ମ ହରାଇବା ପରେ ଦଳରୁ ବାଦ୍‌ ପଡ଼ି ସାରିଛନ୍ତି । ତାଙ୍କ କ୍ରିକେଟ୍‌ କ୍ୟାରିୟର ମଧ୍ୟ ଶେଷ ହୋଇଛି । ଏହା ଭିତରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଆସିଥିବା ଚର୍ଚ୍ଚା ହେଉଛି । ପୁଣି ନିକଟରେ ସାନିଆଙ୍କର ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଏକ ଲେଖା ଏହି ଚର୍ଚ୍ଚାକୁ ଆହୁରି ଜୋର୍‌ ଦେଇଛି । ସେ ନିଜର ଏବଂ ପୁଅ ଇଜହାନ୍‌ର ଫଟୋ ସେୟାର କରି ଲେଖିଛନ୍ତି ‘ଏ ମୁହୂର୍ତ୍ତ ଯାହା ମୋତେ ଖୁବ୍‌ କଷ୍ଟଦାୟକ ଦିନକୁ ନେଇଯାଏ’ ।

 

View this post on Instagram

 

A post shared by Sania Mirza (@mirzasaniar)

ପାକିସ୍ତାନ ଟିଭିର ଏକ ରିୟଲିଟି ସୋ ବେଳେ ଏକ ପ୍ରଶ୍ନର ଉତ୍ତର ଦେଲା ବେଳେ ସାନିଆଙ୍କୁ ନେଇ ସୋଏବ ଯାହା କହିଥିଲେ ସେହି କଥାରୁ ଖିଅ ବାହାରିଛି । ସେମାନଙ୍କ ଭିତରେ ଆଉ ସମ୍ପର୍କ ନାହିଁ ବୋଲି କୁହାଯାଉଛି । ଏଠି କହି ରଖୁଛୁ କି ସାନିଆ ଦୁବାଇରେ ଏକ ଘର କିଣିଛନ୍ତି । ସେହିଠାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ଦେଖା ସାକ୍ଷାତ ହୁଏ । ଅନେକ ସମୟରେ ସାନିଆ ନିଜର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡିଆରେ ସେୟାର କରନ୍ତି । ତେବେ ସମ୍ପର୍କରେ ଫାଟ ଓ ଛାଡ଼ପତ୍ର କଥାକୁ ନେଇ ଉଭୟ ସ୍ପୋର୍ଟସ ଷ୍ଟାର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

SANIA-SOHAIB

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.