Covaxinର ୫ କୋଟି ଡୋଜ୍‌ ନଷ୍ଟ ହେବା ସ୍ଥିତିରେ…୨୦୨୩ ଆରମ୍ଭରେ ହୋଇଯିବ ଏକ୍ସପାୟର; କାରଣ ଜଣାଇଲା କମ୍ପାନୀ

ଭାରତ ବାୟୋଟେକ୍ କରୋନା ଟିକା COVAXINକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି କି, ଏହା ପାଖରେ ପଡ଼ିଥିବା କରୋନା ଟିକାର ୫ କୋଟି ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହେବାକୁ ଯାଉଛି। କମ୍ପାନୀ କହିଛି, ଖରାପ ଚାହିଦା ହେତୁ କୌଣସି କ୍ରେତା ମିଳୁ ନାହାନ୍ତି, ଯେଉଁ କାରଣରୁ ପ୍ରବଳ କ୍ଷତିର ଆଶଙ୍କା ରହିଛି।

କମ୍ପାନୀ କହିଛି, ଆମେ ନିଜର ଯୋଗାଣ ଦାୟିତ୍ୱ ପୂରଣ କରି ନେଇଛୁ ଏବଂ ଟିକାର ଚାହିଦା ହ୍ରାସକୁ ନଜରରେ ରଖି ଅସ୍ଥାୟୀ ରୂପେ ଏହାର ଉତ୍ପାଦନକୁ ବର୍ତ୍ତମାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆମ ପାଖରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଡୋଜ୍ ଉପଲବ୍ଧ ଅଛି, କିନ୍ତୁ ୫ କୋଟିରୁ ଅଧିକ ଡୋଜ ଏକ୍ସପାୟର ହେବା ସ୍ଥିତିରେ ରହିଛି।

କମ୍ପାନୀ କହିଛି ଯେ ଆଗାମୀ ସମୟରେ କମ୍ପାନୀ ଲମ୍ବା ସୁବିଧାର ରକ୍ଷଣାବେକ୍ଷଣ, ପ୍ରକ୍ରିୟା ଏବଂ ସୁବିଧା ଅନୁକୂଳ ଗତିବିଧି ଉପରେ ଧ୍ୟାନ ଦେବ। କମ୍ପାନୀର କହିବା ହେଲା, କରୋନା ଭାଇରସ୍ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ସମୟରେ କମ୍ପାନୀର ସମସ୍ତ ସୁବିଧାକୁ କୋଭାକ୍ସିନ୍ ଉତ୍ପାଦନ ପାଇଁ ସେହି ଅନୁଯାୟୀ ବଦଳା ଯାଇଥିଲା। ଗତ ବର୍ଷ ଲଗାତାର ଭାବେ ଏହାର ଉତ୍ପାଦନ ହୋଇଥିଲା।

ଦେଶ ବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ କୋଭାକ୍ସିନ ସମେତ କୋଭିଡ୍‌-୧୯ ଟିକାର ୨୧୯.୭୧ କୋଟି ଡୋଜ ଦିଆଯାଇଛି। ତେଣୁ ବିଶ୍ୱ ସ୍ତରରେ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଛି। ଏଥି ପାଇଁ କୋଭାକ୍ସିନ ରପ୍ତାନି ଉପରେ ବିଦେଶ ଦେଶଗୁଡିକ ଖରାପ ଡିମାଣ୍ଡର ନକାରାତ୍ମକ ପ୍ରଭାବ ପଡ଼ିଛି। ରିପୋର୍ଟ ମୁତାବକ, ଏବେ କୋଭିଡ୍‌-୧୯କୁ ବିଶ୍ୱ ସ୍ତରରେ ବିପଦ ଭାବରେ ଗଣାଯାଉ ନାହିଁ।

କହି ରଖୁଛୁ, ୨୦୨୧ରେ ଯେତେ ବେଳେ କୋଭିଡ୍‌-୧୯ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ଥିଲା, ସେହି ସମୟରେ ବ୍ରାଜିଲ ସରକାର ବିବାଦ ପରେ କୋଭାକ୍ସିନର ୨ କୋଟି ଡୋଜ୍‌ ଆମଦାନୀ କରିବା ନେଇ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.