ସ୍ମାର୍ଟ ଫୋନ ଆପ୍ଲିକେସନ୍‌ରେ ଜାଣି ହେବ ବ୍ରିଜ୍‌ ସ୍ଥିତି, କ୍ଷମତା ବି ବଢ଼ାଇ ହେବ

କେନ୍ୟୁଜ୍‌ ବ୍ୟୁରୋ: ଆଜି କାଲି ଦୁନିଆରେ ସମସ୍ତେ ମୋବାଇଲ ଉପରେ ଭରସା କରୁଛନ୍ତି । ପିଲାଠୁ ବୃଦ୍ଧ ସମସ୍ତେ ସବୁ କାମ କରୁଛନ୍ତି ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ଏବଂ କ୍ୟାମେରା ଓ କମ୍ପ୍ୟୁଟରର କାମ ମଧ୍ୟ ମୋବାଇଲ କରୁଛି । ଏବେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ମାର୍ଟ ଫୋନ ମାଧ୍ୟମରେ ପୋଲ ବା ରାସ୍ତାରେ ପଡୁଥିବା ବ୍ରିଜ୍‌ର ସ୍ଥିତି ସମ୍ପର୍କରେ ଜାଣିହେବ । ଗାଡ଼ିଦ୍ୱାରା ପୋଲକୁ ଅତିକ୍ରମ କରିବା ସମୟରେ ପୋଲର ସେନ୍ସର ମାଧ୍ୟମରେ ପୋଲର ସ୍ଥିତି ଜାଣି ହେବ ।

ସ୍ମାର୍ଟ ଫୋନର ସହାୟତାରେ ଆପ୍ଲିକେସନ ମାଧ୍ୟମରେ ଯେ କୌଣସି ପୋଲର ନିର୍ମାଣ କଭଳି ହୋଇଛି ସେ ବିଷୟରେ ଜାଣି ହେବ । ସାନ୍‌ଫ୍ରାନ୍ସିସ୍କୋର ଗୋଲ୍ଡେନ ଗେଟ୍‌ ବ୍ରିଜ୍‌ ହେଉ ବା ଅନ୍ୟ କୌଣସି ବ୍ରିଜ୍‌, ସବୁ ପୋଲର ସ୍ଥିତି ଜଣାଇ ଦେବ ସ୍ମାର୍ଟ ଫୋନ୍‌ । ସେ ପୋଲର ସେହି ସମୟର ସ୍ଥିତି କଣ ଅଛି ମୋବାଇଲ ମାଧ୍ୟମରେ ତାର ଏକ୍ସଲେରୀ ମିଟର ଡାଟା ବିଷୟରେ ଜାଣିହେବ ବୋଲି ଏହା ଉପରେ ଗବେଷଣା କରୁଥିବା କୋ-ଅଥର କାର୍ଲୋ ରତି କହିଛନ୍ତି ।

ମୋବାଇଲ ମନିଟରିଂରେ ପୋଲର କ୍ଷମତା ବଢ଼ାଯାଇ ପାରିବ :

ଆମେରିକାର ଗୋଲ୍ଡେନ ଗେଟ୍‌ ବ୍ରିଜ୍‌ ଉପରେ ଏକ ରିସର୍ଚ୍ଚ ହୋଇଛି । ମାସାଚ୍ୟୁଟ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜି (MIT) ର ଏହି ରିସର୍ଚ୍ଚରେ କୁହାଯାଇଛି ଯେ ଏକ ସ୍ଥିର ସେନ୍ସର ବ୍ରିଜ୍‌ ସଂପର୍କରେ ଯାହା ତଥ୍ୟ ଦେଇଥାଏ ତାହା ସ୍ମାର୍ଟ ଫୋନ ମାଧ୍ୟମରେ ଜଣାପଡ଼ିଯାଏ । ପୋଲର ଭାଇବ୍ରେସନରୁ ହିଁ ଏହା ବାରି ହୋଇ ପଡ଼ିବ । ଗବେଷକମାନେ କହିଛନ୍ତି, ଏହି ମୋବାଇଲ ଉପକରଣ ମାଧ୍ୟମରେ ବ୍ରିଜ୍‌ ଗୁଡ଼୍‍ିକର କ୍ଷମତାକୁ ୧୫ରୁ ୩୦ ପ୍ରତିଶତ ଅଧିକ ବର୍ଷ ବଢ଼ାଯାଇ ପାରିବ ।

ନେଚର ଇଞ୍ଜିନିଅରିଂ କମ୍ୟୁନିକେଶନରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ଯେ ମୋବାଇଲରେ ରେକର୍ଡ ହୋଇଥିବା ଡାଟା ସେଟ୍‌ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବ । ଗବେଷକମାନଙ୍କ କହିବା କଥା ହେଲା, ପୋଲ ଉପରେ ଯାତାୟାତ ବେଳେ ସ୍ୱାଭାବିକ ଭାବେ ଏଥିରେ କମ୍ପନ ହୋଇଥାଏ । ସେହି କମ୍ପନକୁ ଇଞ୍ଜିନିୟରମାନେ ଅଧ୍ୟୟନ କରିବା ପାଇଁ ଏକ୍ସଲେରିମିଟରର ପରି ସେନ୍ସର ପୋଲଗୁଡ଼ିକରେ ଲଗାଇଥାନ୍ତି । ଏଥିରେ ବଦଳୁଥିବା ଭାଇବ୍ରେସନର ଦିଗକୁ ବିଚାରକୁ ନେଇ ଗବେଷଣା କରାଯାଉଛି ।
ଗବେଷକମାନେ ଏକ୍ସଲେରିମିଟରର ଡାଟା ଜାଣିବା ପାଇଁ ସ୍ମାର୍ଟ ଫୋନରେ ଏକ ଆପ୍ଲିକେଶନ ବିକଶିିତ କରାଇଛନ୍ତି । ଆଉ ପୋଲ ଉପରେ ଯାଉଥିବା ଗାଡ଼ିରେ ସେନ୍ସରକୁ ବ୍ୟବହାର କରିଛନ୍ତି । ଏହି ଆପ୍ଲିକେଶନ ମାଧ୍ୟମରେ ପୋଲରେ ଲାଗିଥିବାଏକ୍ସଲେରୀମିଟରର ଡାଟା ଏବଂ ମୋବାଇଲ ଫୋନରେ ଏକତ୍ରିତ ଡାଟା ସମାନ ହେଉଛି କି ନାହିଁ ଗବେଷକମାନେ ଦେଖିବାକୁ ଚାହୁଁଛନ୍ତି ।

ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ରେ ହେଇଥିବା ରିସର୍ଚ୍ଚରେ ଏହି ପରୀକ୍ଷଣ ପାଇଁ ଗବେଷକମାନେ ୧୦୨ ଥର ବ୍ରିଜ୍‌ ଉପରେ ଗାଡ଼ି ଚଲାଇଥିଲେ । ଏଥିରେ ମୋବାଇଲ ଉପକରଣ ସହିତ ଓବେର ଡ୍ରାଇଭର ମାଧ୍ୟମରେ ୭୨ ଜଣ ଯାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ପରେ ଗବେଷକମାନେ ୨୪୦ଟି ସେନ୍ସରକୁ ପୋଲରେ ବ୍ୟବହାର କରିଥିଲେ । ଯାହାକୁ ୩ ମାସ ପର୍ଯ୍ୟନ୍ତ ବ୍ରିଜ୍‌ରେ ରଖାଯାଇଥିଲା । ଏହାର ଫଳ ସ୍ୱରୂପ ମୋବାଇଲରୁ ଆସିଥିବା ଡାଟା ଏବଂ ସେନ୍ସରର ଡାଟା ପାଖାପାଖି ସମାନ ଥିଲା । ୫ଟି ଘଟଣାକୁ ନମୂନା ଭାବେ ନିଆଯାଇ ଦେଖା ଗଲା କି ଉଭୟ ଡାଟାରେ କୌଣସି ତାରତମ୍ୟ ନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.