ଉପ ନିର୍ବାଚନ ଫଳାଫଳ : ବିଜେପି ୬ ରାଜ୍ୟର ୭ ବିଧାନସଭା ଆସନରୁ ୪ ଟିରେ ବିଜୟୀ, ଟିଆରସି, ଆରଜେଡି ଓ ସେନା(ୟୁବିଟି) ଗୋଟାଏ ଲେଖାଁରେ ବିଜୟୀ

ନୂଆଦିଲ୍ଲୀ : ନଭେମ୍ବର ୩ ତାରିଖରେ ଦେଶର ୬ ଟି ରାଜ୍ୟରେ ୭ ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୪ ଟି ଆସନରେ ବିଜୟଲାଭ କରିଛି । ସେହିପରି ଆରଜେଡି, ଟିଆରଏସ ଓ ଶିବ ସେନା(ୟୁବିଟି) ଗୋଟିଏ ଲେଖାଁ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜେପି ବିଜୟଲାଭ କରିଥିବା ଆସନ ମଧ୍ୟରେ ହରିୟାଣାର ଆଦମପୁର, ବିହାରର ଗୋପାଳଗଂଜ, ଉତ୍ତର ପ୍ରଦେଶ ଗୋଲା ଗୋକର୍ଣ୍ଣନାଥ ଓ ଓଡ଼ିଶା ଧାମନଗର ଆସନ ରହିଛି । ସେହିପରି ବିହାର ମୋକମାରୁ ଆରଜେଡି, ମହାରାଷ୍ଟ୍ର ଅନ୍ଧେରୀ(ଇଷ୍ଟ) ରୁ ଶିବାସେନା(ୟୁବିଟି) ଓ ତେଲେଙ୍ଗାନା ମୁନୁଗୋଡେ ଆସନରୁ ଟିଆରଏସ ବିଜୟଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.