ଯାଜପୁର: ପୋଲିସକୁ ଚକମା ଦେଇ ଫାଣ୍ଡିରୁ ଫେରାର ହେଲା ଅଭିଯୁକ୍ତ
ଯାଜପୁର (କେନ୍ୟୁଜ): ଗିରଫ ଅଭିଯୁକ୍ତ ଫେରାର। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଫାଣ୍ଡିରୁ ଅଭିଯୁକ୍ତ ସିପୁଆ ଜେନା ପୋଲିସକୁ ଚକମା ଦେଇ ଆଜି ଫେରାର ହୋଇଯାଇଛି । ଗତକାଲି ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏକ ୱାରେଣ୍ଟ ମାମଲାରେ ସ୍ଥାନୀୟ ନିଶିମଳା ଗ୍ରାମର ସିପୁଆ ଜେନାକୁ ଗିରଫ କରିଥିଲା। ତେବେ ଆଜି ଫାଣ୍ଡି ପରିସରରେ ଶୌଚ ହେବାକୁ କହି ପୋଲିସକୁ ଚକମା ଦେଇ ସିପୁଆ ଫେରାର ହୋଇଯାଇଥିବା ଜଣାପଡିଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଏ ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।