ବ୍ରେଡ଼ ଏବଂ ଦହିରେ ବନାନ୍ତୁ ଅଲଗା ଷ୍ଟାଇଲର ଉପମା, ଜାଣନ୍ତୁ ରେସିପି
![upama](https://knewsodisha.com/wp-content/uploads/2021/09/upama.jpg)
ବ୍ରେକ୍ଫାଷ୍ଟ ପାଇଁ ଏକ ହେଲ୍ଦି ଖାଦ୍ୟର ଆବଶ୍ୟକତା ରହିଛି । କାରଣ ଦିନ ଆରମ୍ଭ ବ୍ରେକଫାଷ୍ଟରୁ ହେଉଥିବାରୁ ବ୍ରେକଫାଷ୍ଟ ହେଲ୍ଧି ହେବା ଦରକାର । ଆଜି ଆମେ ଉପମା ସୂଜିରେ ନକରି ବନାଇବାକୁ ଯାଉଛୁ ବ୍ରେଡରେ । ଏହା ଏକ ଅଲଗା ପ୍ରକାରର ବ୍ରେକ୍ଫାଷ୍ଟ ଯାହାକି ଆପଣଙ୍କୁ ବହୁତ ପସନ୍ଦ ଆସିବ । ଆସନ୍ତୁ ଜାଣିବା କିପରି ବନାଇବେ ଦହି ଓ ବ୍ରେଡରେ ଉପମା ।
ସାମଗ୍ରୀ :
ଦହି
ବ୍ରେଡ
ଚିନାବାଦାମ
ହଳଦି
ଗରମ ମସଲା
ଲେମ୍ବୁ
ପ୍ରସ୍ତୁତି ବିଧି :
– ଏହି ଉପମା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ଥରେ ବ୍ଲେଡରରେ ମଧ୍ୟ ଫେଣ୍ଟି ପାରିବେ ।
– ଆପଣଙ୍କୁ ବ୍ରେଡ ମଧ୍ୟ ଗ୍ରାଇଣ୍ଡିଂ କରିବାକୁ ହେବ । ଗ୍ରାଇଣ୍ଡି କରିବା ଦ୍ୱାରା ଏ ଖଣ୍ଡ ଖଣ୍ଡ ନରହି ଉପମା ଭଳି ହେବ ।
– ଏବେ ଏକ କଢ଼ାଇରେ ତେଲ ଗରମ କରନ୍ତୁ । ଏଥିରେ କିଛି ଶୋରିସ, ଭୃସଙ୍ଗା(କଡି) ପତ୍ର, କଞ୍ଚା ଲଙ୍କା, ଅଦା ଓ ପିଆଜ ପକାଇ ଫ୍ରାଏ କରନ୍ତୁ ।
– ଯଦି ଆପଣ ଏଥିରେ ବାଦାମ ପକାଇବା ଚାହୁଁଛନ୍ତି, ତେବେ ପ୍ରଥମେ ବାଦାମକୁ ରୋଷ୍ଟ କରନ୍ତୁ ଓ ପରେ ଏହାକୁ ପକାନ୍ତୁ ।
– ଏବେ କେବଳ ହଳଦି ପାଉଡର ପକାଇ ଗୋଳାନ୍ତୁ । ଏଥିରେ ଏବେ ଗରମ ମସଲା ଓ ଲୁଣ ପକାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଦହି ଫାଟି ଯାଇପାରେ ।
– ଏବେ ଆପଣ ବ୍ରେଡ ପକାଇ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଏଥିରେ ଦହି ମିଳାଇ ଦିଅନ୍ତୁ ।
– ଏବେ ୨-୩ ମିନିଟ ପର୍ଯ୍ୟନ୍ତ ରାନ୍ଧିବା ପରେ ଏଥିରେ ଅଳ୍ପ ଚିନି ଓ ଗରମ ମସଲା ମିଳାଇ ଗୋଳାନ୍ତୁ । ଏହାପରେ ଏଥିରେ ଅନାର ଦାନା ଓ ଧନିଆ ପତ୍ର ମିଶାନ୍ତୁ । ଧ୍ୟାନ ଦେବେ ଯେପରି ଲୁଣ ଶେଷରେ ପକାଇବେ ।
– ଏବେ ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ମିଶାଇ ପରଶନ୍ତୁ ।