ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟା ଅପରାଧ ଦଫା?

ଅଭିଯୁକ୍ତମାନଙ୍କ ନାଁରେ ପାରଳାଖେମୁଣ୍ଡି ଏସଡ଼ିଜେଏମଙ୍କ ଦ୍ୱାରା ଜାରି ଏନବିଡବ୍‌ଲ୍ୟୁ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ମଧ୍ୟ ନିଜର ପକ୍ଷ ହାଇକୋର୍ଟରେ ରଖିଛନ୍ତି। ଏହା ହତ୍ୟାକାଣ୍ଡ ବୋଲି ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହିଛନ୍ତି ଅଭିରାମଙ୍କ ଓକିଲ ପାର୍ଥସାରଥୀ ନାୟକ।

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟା ଅପରାଧରେ ଦଫା? ୨୭ତାରିଖରେ ଏହାର ଶୁଣାଣି କରିବେ ହାଇକୋର୍ଟ। ଅଭିଯୁକ୍ତମାନଙ୍କ ନାଁରେ ପାରଳାଖେମୁଣ୍ଡି ଏସଡ଼ିଜେଏମଙ୍କ ଦ୍ୱାରା ଜାରି ଏନବିଡବ୍‌ଲ୍ୟୁ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ମଧ୍ୟ ନିଜର ପକ୍ଷ ହାଇକୋର୍ଟରେ ରଖିଛନ୍ତି। ଏହା ହତ୍ୟାକାଣ୍ଡ ବୋଲି ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହିଛନ୍ତି ଅଭିରାମଙ୍କ ଓକିଲ ପାର୍ଥସାରଥୀ ନାୟକ।

ସେଥିପାଇଁ ସୌମ୍ୟଙ୍କ ପରିବାର ପ୍ରୋଟେଷ୍ଟ ପିଟିସନ ଦାୟର କରିଥିବା କହିଛନ୍ତି। ହାଇକୋର୍ଟ ଜୁଲାଇ ୨୭ରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣିବା ପରେ ସେମାନଙ୍କ ସପକ୍ଷରେ ନ୍ୟାୟ ମିଳିବ ବୋଲି ଆଶାବାଦୀ ଅଛନ୍ତି। ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଥିବା ବେଳେ ମାମଲାର ଭବିଷ୍ୟତ ହାଇକୋର୍ଟଙ୍କ ୨୭ ତାରିଖ ଶୁଣାଣି ପରେ ସ୍ପଷ୍ଟ ହେବ। ଏସିଏଫ୍‌ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ହୋଇ ୨୦୨୧ ଜୁଲାଇ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.