ପଞ୍ଚାୟତ ପରିସରରେ ଆଜବେଷ୍ଟ ସେଡ୍ କାମ ଚାଲିଥିବା ବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ଶ୍ରମିକ ମୃତ ଜଣେ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ପଞ୍ଚାୟତ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହାଇ ଭୋଲଟେଜ୍ ତାର ସହ ଲୁହା ଜିଆଇ ପାଇପ୍ ସଂସ୍ପର୍ଶରେ ଆସିଯାଇଥିଲା।

ଟାଙ୍ଗୀ(କେନ୍ୟୁଜ୍): ବିଦ୍ୟୁତ ଆଘତରେ ଜଣେ ଶ୍ରମିକ ମୃତ ଜଣେ ଶ୍ରମିକ ଗୁରୁତର। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମରେ। ଘଟଣା ପରେ ସୋରଣ ପଞ୍ଚାୟତ ସମ୍ମୁଖରେ ଶବ ରଖି ଶତାଧିକ ଗ୍ରାମବାସୀମାନେ  ଧାରଣା ଦେଇଥିଲେ। ଦୁଇ ଗୋଟି ଦାବି ନେଇ ଧାରଣା

୧-ପଞ୍ଚାୟତ ସରପଂଚ ଓ ପଞ୍ଚାୟତ ପିଇଓଙ୍କୁ ଗିରଫ।
୨- ମୃତକଙ୍କୁ କ୍ଷତି ପୂରଣ ସହ ଗୁରୁତରଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ।

ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ପଞ୍ଚାୟତ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହାଇ ଭୋଲଟେଜ୍ ତାର ସହ ଲୁହା ଜିଆଇ ପାଇପ୍ ସଂସ୍ପର୍ଶରେ ଆସିଯାଇଥିଲା। ଯାହା ଫଳରେ ସେଡ୍ କାମରେ ନିୟୋଜିତ ଥିବା ଶ୍ରମିକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଶ୍ରମିକ ଜଣକ ଗୁରୁତର ହୋଇପଡିଥିଲେ । ପରେ ଡାକ୍ତରଖାନା ଆଣିବା ବେଳେ ତାଙ୍କର ମ୍‌ତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସୋରଣ ମୁଦୁଲି ସାହିର ରସାନନ୍ଦ ମୁଦୁଲି (୧୮ ବର୍ଷ ) ଅନ୍ୟ ଗୁରୁତର ଜଣକ ହେଲେ ମୁସଲିମ ସାହିର ତାରୁ ଖାଁ (୧୯ ବର୍ଷ ) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.