ଆପୋସ ବୁଝାମଣାରେ ସମାଧାନ ହୋଇପାରିବ ମହାନଦୀ ଜଳ ବିବାଦ, ଭରଷା ଦେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

କାବେରୀ ନଦୀ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ସମାନ ସ୍ଥିତି ରହିଛି। ମହାନଦୀ ନେଇ ଉଭୟ ରାଜ୍ୟର ସ୍ୱାର୍ଥ କଥା ଆଲୋଚନା କରି ସମାଧାନ କରିବାର ଆଶ୍ୟକତା ରହିଛି। ଛତିଶଗଡ଼ରୁ ପାଣି ଆସି ଓଡିଶାରେ ପ୍ରବାହିତ ହେଉଛି। ଉଭୟ ରାଜ୍ୟର ପାଣି ଉପରେ ଅଧିକାର ଅଛି।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଆପୋସ ବୁଝାମଣାରେ ହୋଇପାରିବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂଦେଓ। ଉଭୟ ରାଜ୍ୟ ମଧ୍ୟରେ ସମନ୍ଵୟ ଅଭାବରୁ ବିବାଦ ଉପୁଜିଛି। ସମାଧାନ ନହେବା ପରେ ମାମଲା ଟ୍ରିବ୍ୟୁନାଲକୁ ଯାଇଛି।

କାବେରୀ ନଦୀ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ସମାନ ସ୍ଥିତି ରହିଛି। ମହାନଦୀ ନେଇ ଉଭୟ ରାଜ୍ୟର ସ୍ୱାର୍ଥ କଥା ଆଲୋଚନା କରି ସମାଧାନ କରିବାର ଆଶ୍ୟକତା ରହିଛି। ଛତିଶଗଡ଼ରୁ ପାଣି ଆସି ଓଡିଶାରେ ପ୍ରବାହିତ ହେଉଛି। ଉଭୟ ରାଜ୍ୟର ପାଣି ଉପରେ ଅଧିକାର ଅଛି। ଖୋଲା ମନରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଉଭୟ ରାଜ୍ୟର ଅଧିକାରୀ ମାନେ ଆଲୋଚନା କଲେ ସମାଧାନ ହୋଇପାରିବ ବୋଲି କହିଛନ୍ତି ଛତିଶଗଡ଼ି ଉପମୁଖ୍ୟମନ୍ତ୍ରୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.