ଅଜିତ୍‌ ପାଓ୍ଵାର ହେଲେ NCPର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, ହଟିଲେ ଶରଦ ପାଓ୍ଵାର

NCPର ରାଜନୈତିକ ଲଢ଼େଇ ଗମ୍ଭୀର ହେବାରେ ଲାଗିଛି। ଏବେ ଅଜିତ୍‌ ପାଓ୍ଵାର ଦଳ ଶରଦ ପାଓ୍ଵାରଙ୍କୁ ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦେଇଛି। ତାଙ୍କ ଜାଗାରେ ଅଜିତ୍‌ ପାଓ୍ଵାର ହୋଇଛନ୍ତି ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ।

NCPର ରାଜନୈତିକ ଲଢ଼େଇ ଗମ୍ଭୀର ହେବାରେ ଲାଗିଛି। ଏବେ ଅଜିତ୍‌ ପାଓ୍ଵାର ଦଳ ଶରଦ ପାଓ୍ଵାରଙ୍କୁ ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦେଇଛି। ତାଙ୍କ ଜାଗାରେ ଅଜିତ୍‌ ପାଓ୍ଵାର ହୋଇଛନ୍ତି ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ।

ନିର୍ବାଚନ ଆୟୋଗକୁ ଲେଖାଯାଇଥିବା ଚିଠିରେ ଏ କଥା ଉଲ୍ଲେଖ କରାଯାଇଛି। ତେବେ ଏଥିପୂର୍ବରୁ ଅଜିତ୍‌ ପାଓ୍ଵାର କହିଥିଲେ କି, ଚାଚା ଶରଦ ପାଓ୍ଵାର ହିଁ ତାଙ୍କ ପାର୍ଟିର ଅଧ୍ୟକ୍ଷ ରହିବେ।

ସୂତ୍ରରୁ ଜଣାପଡ଼ିଛି, ଜୁନ୍ ୩୦ରେ ଏନ୍‌ସିପି ବିଧାୟକମାନଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ବିଷୟରେ ନିର୍ବାଚନ ଆୟୋଗଙ୍କ ନିକଟକୁ ସୂଚନା ପଠାଯାଇଥିଲା। ଏହା କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ ଜୁଲାଇ ୧ରେ ମିଳିଥିଲା।

୩ ଦିନ ପୂର୍ବରୁ ରବିବାର ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ଅଜିତ୍‌ ପାଓ୍ଵାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶ୍ନରେ କହିଥିଲେ ଯେ ‘ଶରଦ ପାଓ୍ଵାର ହିଁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, କ’ଣ ଆପଣ ଭୁଲିଯାଇଛନ୍ତି? ଆମେ ମହାରାଷ୍ଟ୍ରର ଉନ୍ନତି ପାଇଁ ଏହି ନିଷ୍ପତ୍ତି ନେଇଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.