ରାଜ୍ୟର ସମସ୍ତ ଆଶାକର୍ମୀଙ୍କୁ  ମିଳିବ ୧୦ ହଜାର ଟଙ୍କାର ସହାୟତା, କିଣିବେ ଏହି ସବୁ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ  ରାଜ୍ୟର ସମସ୍ତ  ଆଶାକର୍ମୀଙ୍କୁ  ମିଳିବ ୧୦ ହଜାର ଟଙ୍କାର ସହାୟତା । ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବସ୍ତିରେ ସେବା ଯୋଗାଉ ଥିବା ଆଶାକର୍ମୀ ଏହି ସହାୟତା ପାଇବେ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ପ୍ରତ୍ୟେକ ଆଶାକର୍ମୀଙ୍କୁ ଗୋଟିଏ ଥର ପାଇଁ ୧୦ ହଜାର ଟଙ୍କା ‘ସ୍ୱାସ୍ଥ୍ୟ ସହାୟ’ (ରାଜ୍ୟ ବଜେଟ୍)ରୁ ମିଳିବ । ଏହାଦ୍ୱାରା ଉତ୍ତମ କରୋନା ପରିଚାଳନା ସହ ଅଣ-କୋଭିଡ୍ ଚିକିତ୍ସା ସେବା ଭଲ ଭାବେ ଯୋଗାଯାଇ ପାରିବ । ଆଶାକର୍ମୀ ଏହି ଅର୍ଥକୁ ନିମ୍ନଲିଖିତ ଭାବେ ଖର୍ଚ୍ଚ କରି ପାରିବେ । ଏହି ଟଙ୍କାରେ ଆଶାକର୍ମୀମାନବାଇ-ସାଇକେଲ୍ କିଣିବା, ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ

ମାସ୍କ, ସାନିଟାଇଜର, ସାବୁନ୍, ଗ୍ଲୋଭସ୍, ଫେସ୍ ସିଲ୍ଡ, ଥର୍ମାଲ୍ ସ୍କାନର, ହେଲମେଟ୍ କ୍ଷୁଦ୍ର ବ୍ୟାଟେରୀ ଚାଳିତ ମାଇକ୍ କିଣିବେ, ଯାତାୟତ ପାଇଁ  ଖର୍ଚ୍ଚ କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.