ଦୁଇ ଦିନିଆ ବାଲେଶ୍ଵର ଗସ୍ତରେ ଆସିବେ ଅଶ୍ବିନୀ ବୈଷ୍ଣବ, ରେମୁଣାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଦେବେ ଯୋଗ

ପୁଣି ଆସିବେ ଅଶ୍ବିନୀ ବୈଷ୍ଣବ। ଆସନ୍ତା ୧୩ ଓ ୧୪ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇ ଦିନିଆ ବାଲେଶ୍ଵର ଗସ୍ତ ରହିଛି ।

ବାଲେଶ୍ଵର (କେନ୍ୟୁଜ): ପୁଣି ଆସିବେ ଅଶ୍ବିନୀ ବୈଷ୍ଣବ। ଆସନ୍ତା ୧୩ ଓ ୧୪ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇ ଦିନିଆ ବାଲେଶ୍ଵର ଗସ୍ତ ରହିଛି । ପ୍ରଥମେ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବେ। ପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରେମୁଣା ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଗସ୍ତ କରି ଗୋପୀନାଥ ପୁର ଷ୍ଟେସନର ଲୋକାର୍ପଣ କରିବେ । ପରେ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ କରି ବାଲେଶ୍ଵର ଫେରିବେ ।

୧୪ରେ ବିଜେପି ପାର୍ଟି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କୁ ନେଇ ଚଳଚଞ୍ଚଳ ହୋଇ ପଡ଼ିଛି ଜିଲ୍ଲା ବିଜେପି ରାଜନୀତି । ବହୁ ପ୍ରତିକ୍ଷିତ ଗୋପୀନାଥ ପୁର ରେଳ ଷ୍ଟେସନ ର ହେବ ଲୋକାର୍ପଣ । ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଙ୍କ ସାଙ୍ଗରେ ରହିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାଲେଶ୍ଵର ବିଜେପି ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତକୁ ଦୃଷ୍ଟି ରେ ରଖି ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିଭଳି ପୁଣି ଥରେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ ବେଶ୍ ଗୁରୁତ୍ଵ ବହନ କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.