ଭିଜିଲାନ୍ସ ଜାଲରେ ନିଆଳି ଏଏସଆଇ, ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ ।

ଭୁବନେଶ୍ୱର : ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ । ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ଗତକାଲି ASI ଅଭିଯୋଗକାରୀଙ୍କୁ ଡାକି ଟଙ୍କା ଦେବା ପାଇଁ ଦାବି କରିଥିଲେ । ଏହାପରେ ଅଭିଯୋଗକାରି ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ।  ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ତାଙ୍କୁ ଗିରଫ କରାଯାଇଛି ।  ନିଆଳି ଥାନା ଏଏସଆଇ ବିଜୟ କୁମାର ଭଞ୍ଜଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ।  ASIଙ୍କ ନିଆଳି ଭଡ଼ା ଘର ଓ ଖୋର୍ଦ୍ଧା ପୈତୃକ ଘରେ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାରି ରହିଛି ଚଢ଼ାଉ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.