କିସ୍‍ର ୮୨ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍‍, କେନ୍ଦ୍ର ସରକାରଙ୍କ ଠାରୁ ପାଇବେ ମେଧାବୃତ୍ତି

କିସର ୮୨ଜଣ ରିସର୍ଚ୍ଚ ସ୍କଲାର ଉଚ୍ଚଶିକ୍ଷା ପାଇଁ ଜାତୀୟ ଫେଲୋସିପ ଓ ମେଧାବୃତ୍ତି (NFST) ପାଇବା ଲାଗି ମନୋନୀତ ହୋଇଛନ୍ତି।

କିସର ୮୨ଜଣ ରିସର୍ଚ୍ଚ ସ୍କଲାର ଉଚ୍ଚଶିକ୍ଷା ପାଇଁ ଜାତୀୟ ଫେଲୋସିପ ଓ ମେଧାବୃତ୍ତି (NFST) ପାଇବା ଲାଗି ମନୋନୀତ ହୋଇଛନ୍ତି। ଜାତୀୟସ୍ତରରେ କୌଣସି ଏକ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ NFST ପାଇ ସମଗ୍ର ଦେଶରେ ରେକର୍ଡ କରିଛି କିସ୍। ଚଳିତ ଶିକ୍ଷାବର୍ଷରେ କିସର ୩୦ ଜଣ ଛାତ୍ରୀ ଏବଂ ୫୨ ଛାତ୍ର NFST ପାଇଁ ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ ୧୦ ଜଣ ଦୁର୍ବଳ ଜନଜାତି ଗୋଷ୍ଠୀର ଛାତ୍ରଛାତ୍ରୀ ଅଛନ୍ତି।

ଏହାସହିତ ୫ ଜଣ ସ୍କଲାର UGC NET / JRF ଯୋଗ୍ୟତା ହାସଲ କରିଥିବାବେଳେ ଜଣେ CSIR NET / JRFରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆକ୍‍ସନ୍‍ ଓରିଏଣ୍ଟେଡ୍‍ ଗବେଷଣା କରିବା ପାଇଁ ଏହି ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କଠାରୁ ମେଧାବୃତ୍ତି ପାଇବେ। ଆଜି କିସ୍‍ ପରିସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ସଫଳତା ପାଇଁ ସେମାନେ କିସ୍‍ ଓ ଏହାର ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.