ଗଣିଆବାସୀଙ୍କ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମଙ୍ଗଲମ ଗୃହ ଉଦଘାଟିତ
ଗଣିଆବାସୀଙ୍କ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମଙ୍ଗଲମ ଗୃହ ଉଦଘାଟିତ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକରେ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ ଉତ୍ସର୍ଗୀକୃତ ମଙ୍ଗଲମ୍ ଗୃହ ନିର୍ମିତ ହୋଇଛି।

ଦଶପଲ୍ଲା : ଗଣିଆବାସୀଙ୍କ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମଙ୍ଗଲମ ଗୃହ ଉଦଘାଟିତ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକରେ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ ଉତ୍ସର୍ଗୀକୃତ ମଙ୍ଗଲମ୍ ଗୃହ ନିର୍ମିତ ହୋଇଛି। ଆଜି ଏହାର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ। ଯେଉଁ ଗରିବ ଶ୍ରେଣୀର ଲୋକ ତାଙ୍କର ବାହାଘର,ବ୍ରତଘର ଭଳି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହଜରେ କରି ପାରୁନଥିଲେ ସେମାନେ ଏହି ମଙ୍ଗଲମ ଗୃହକୁ ବ୍ୟବହାର କରିପାରିବେ। ଏହା ସହ ସେଠାରେ ବିଭିନ୍ନ ବୈଠକ ହେବା ପାଇଁ ଏକ ସମ୍ମିଳନୀ କକ୍ଷ, ବିଶୁଦ୍ଧ ପାନୀୟ ଜଳର ସୁବିଧା ଆଦି ରହିଛି। ଗଣିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ମଙ୍ଗଲମ ଗୃହ ପାଇଁ ଗଣିଆବାସୀ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।