Below header

କାବୁ ହେବେ ଆପାର୍ଟମେଣ୍ଟ ଲୁଟେରା, ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ଆଡଭାଇଜରୀ

ରାଜଧାନୀରେ ଏଣିକି ଆଉ ଖସି ପାରିବେନି ଆପାର୍ଟମେଣ୍ଟ ଲୁଟେରା । ସେମାନଙ୍କୁ ଧରିବା ପାଇଁ ବଡ଼ ଆକ୍ସନ ପ୍ଲାଟ କରୁଛି କମିଶନରେଟ ପୋଲିସ । ଆଜି ଆପର୍ଟମେଣ୍ଟ ସଭାପତି ଓ ସମ୍ପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି ପୋଲିସ କମିଶନର।

ରାଜଧାନୀରେ ଏଣିକି ଆଉ ଖସି ପାରିବେନି ଆପାର୍ଟମେଣ୍ଟ ଲୁଟେରା । ସେମାନଙ୍କୁ ଧରିବା ପାଇଁ ବଡ଼ ଆକ୍ସନ ପ୍ଲାଟ କରୁଛି କମିଶନରେଟ ପୋଲିସ । ଆଜି ଆପର୍ଟମେଣ୍ଟ ସଭାପତି ଓ ସମ୍ପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି ପୋଲିସ କମିଶନର। କିଭଳି ଲୁଟକୁ ରୋକା ଯାଇପାରିବ ପରାମର୍ଶ ଦେବା ସହ ଉଚ୍ଚମାନର ସିସିଟିଭି ବ୍ୟବହାର ପାଇଁ ସଚେତନ କରାଇଛନ୍ତି । ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

ଆପାର୍ଟମେଣ୍ଟ ଲୁଟେରାଙ୍କୁ କେମିତି କାବୁ କରାଯିବ । ୬ ମାସରେ ୩୦ ଆପାର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳାବନା ବଲାଇଛନ୍ତି ଲୁଟେରା । ଏଯାଏ ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ । ଗତକାଲି ସବୁ ଥାନା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ମାଗିଥିଲେ ପୋଲିସ କମିଶନର ସଂଜୀବ ପଣ୍ଡା। ଆଜି ବିଭିନ୍ନ ଆପାରଟମେଣ୍ଟର ସଭାପତି, ସମ୍ପାଦକ ଙ୍କ ସହ ବୈଠକ କରିଥିଲେ । ସୁରକ୍ଷାକୁ କିଭଳି ମଜଭୁତ କରାଯିବ ସେନେଇ ବିଚାରବିମର୍ଶ ହୋଇଛି । ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ଆଡଭାଇଜରୀ । ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

ଫଳରେ ଲୁଟେରାଙ୍କୁ ଚିହ୍ନଟ କରିବା ସହଜ ହେବ । ଉଚ୍ଚ ପାଚେରୀ ସହ ପାଚେରୀ ଉପରେ ତୀକ୍ଷଣ ଲୁହା ଫ୍ରେମ ଲଗାଇବାକୁ ଅନୁରୋଧ କରାଯାଇଛି । ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ କରାଯାଉ । ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର । ବିଭିନ୍ନ ଅତ୍ୟାଧୁନିକ ମୋସନ୍ ସେନସର୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡଙ୍କ ପାଖରେ ରହିବା ଆବଶ୍ୟକ। ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି । ଘର ଛାଡ଼ି ଗଲେ କିଏ ଆସିଛି ଯାଇଛି ଆଇପି କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ।

ଅଧିକାଂଶ ଲୁଟ୍ ମାଲିକ ଫ୍ଲାଟରେ ନଥିବା ବେଳେ ହେଉଛି । ଆଜି ପୋଲିସ କମିଶନରଙ୍କ ସହ ଲୁଟ, ସୁରକ୍ଷା ସହ ସିକ୍ୟୁରିଟି ଗାର୍ଡଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଛି । ଅନ୍ୟପଟେ ଗୋଟିଏ ସୁରକ୍ଷା ଆପ ବାହାଦୁରର ଡେମୋ ଦେଖାଯାଇଛି। ଘରେ ନଥିବା ବେଳେ ଏହା ତୁରନ୍ତ ସୂଚନା ଦେବ। ପୋଲିସ, ଘର ମାଲିକ ଓ ଅନ୍ୟମାନେ ତୁରନ୍ତ ସୂଚନା ପାଇବେ । ଏହାକୁ ନିର୍ମାଣ କରିଛନ୍ତି ଆର୍ . କେ. ପଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.