ଝଗଡ଼ାରୁ ଗଲା ନିରୀହ ଜୀବନ: ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗର୍ଭସ୍ଥ ଶିଶୁର ମୃତ୍ଯୁ

ନୟାଗଡ଼(କେନ୍ଯୁଜ୍): ଝଗଡ଼ାରୁ ଗଲା ନିରୀହ ଜୀବନ। ସାମାନ୍ୟ ବଚସାରୁ ବଡ ଅଘଟଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଦିଲୋ ଗାଁରେ ଘଟିଛି ଅମାନୁଷିକ ଘଟଣା। ଅଭିଯୋଗ ଅନୁଯାୟୀ, ଗାଁର ଅଯୋଧ୍ୟା ବେହେରାଙ୍କ ସହ ମିଲୁ ଜେନା ଓ ଅନ୍ୟ ଲୋକଙ୍କ ଝଗଡ଼ା ହୋଇଥିଲା।

ଏହି ସମୟରେ ଅଯୋଧ୍ୟାଙ୍କ ସ୍ତ୍ରୀ ଆସି ଛଡାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ନର୍ମଦାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇଥିଲା। ଘଟଣା ନେଇ ଅଯୋଧ୍ୟା ଫତେଗଡ଼ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମିଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅନ୍ୟ ସହଯୋଗୀମାନେ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.