ଭୋଗରାଇ ଅତିରିକ୍ତ ତହସିଲଦାରଙ୍କ ଉପରେ ମାଫିଆଙ୍କ ଆକ୍ରମଣ

ଜଳେଶ୍ବର(କେନ୍ଯୁଜ୍): ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଭୋଗରାଇ ଅତିରିକ୍ତ ତହସିଲଦାର । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ରାସ୍ତାରେ ଅଞ୍ଚଳରେ ବେଆଇନ ବାଲି ଗାଡିକୁ ଅଟକାଇବାରୁ ତହସିଳଦାରଙ୍କୁ ମାଡ ମାରିଛନ୍ତି । ଏହାସହ ସୁନାଚେନ୍‌, ମୋବାଇଲ ଓ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।

ଖବର ପାଇ ଗ୍ରାମବାସୀ ଓ ପୋଲିସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ ତହସିଲଦାରଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । କମର୍ଦ୍ଦା ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.