ଲୁଗା ଦୋକାନ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁଇ ଭାଇ, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଜଣେ ଲୁଗା ଦୋକାନ ମାଲିକଙ୍କୁ ଦୁଇଜଣ ସ୍ଥାନୀୟ ଯୁବକ ନିର୍ମମ ଭାବେ ଆକ୍ରମଣ କରିଛନ୍ତି। ରାଜେନ୍ଦ୍ର ଜେନା ଏବଂ ଜିତେନ୍ଦ୍ର ଜେନା ନାମକ ଦୁଇଜଣ ସ୍ଥାନୀୟ ଯୁବକ ଦୋକାନ ମାଲିକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଯେଉଁମାନେ ଦୁଇ ଭାଇ ବୋଲି କୁହାଯାଉଛି।

ସୂଚନାନୁସାରେ, ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଚାଳକଙ୍କ ସହ ଦୁଇ ଭାଇ ରାସ୍ତାରେ ଉପରେ ଯୁକ୍ତିତର୍କ କରୁଥିଲେ। ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍ ହେବା ଦେଖି ଦୋକାନ ମାଲିକ ଜଣଙ୍କ ସେମାନଙ୍କୁ ରାସ୍ତା ଉପରେ ଏପରି ପାଟିତୁଣ୍ଡ ନକରିବାକୁ କହିଥିଲେ ଏବଂତାଙ୍କ ଦୋକାନ ସାମ୍ନାରୁ ଚାଲିଯିବାକୁ କହିଥିଲେ।

ଏହାପରେ ଦୁଇ ଭାଇ ଦୋକାନ ମାଲିକଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ କିଛି ସମୟ ପରେ ଖଣ୍ଡା ଧରି ତାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକ ଦୁଇ ଆକ୍ରମଣକାରୀ ଭାଇଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଦୁଇ ଅଭିଯୁକ୍ତଙ୍କୁ ଧରିବାସହ ଭୋଗରାଇ ଥାନା ଆଇଆଇସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଉକ୍ତ ଦୋକାନ ମାଲିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.