ସୋସିଆଲ ମିଡିଆରେ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ନାବାଳକ ଗିରଫ, ଚେନ୍ନାଇ ହାରିବା ଯୋଗୁଁ ରାଗରେ କରିଥିଲେ ଏପରି କାମ

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଏବଂ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ ହୋଇଛି। କଚ୍ଛ ପୋଲିସର କହିବା ଅନୁସାରେ ଏହି ବ୍ୟକ୍ତି କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ଚେନ୍ନାଇ ସୁପର କିଙ୍ଗସକୁ ମିଳିଥିବା ପରାଜୟ ଯୋଗୁଁ ରାଗି ଯାଇଥିଲା। ସେହି ରାଗରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ୫ବର୍ଷ ବୟସର ଝିଅ ଜିଭାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ। ଗୁଜୁରାଟ ପୋଲିସ୍ ସୋସିଆଲ ମିଡିଆ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଖୁବ୍ ଶୀଘ୍ର ତାକୁ ରାଞ୍ଚି ପୋଲିସ୍ ହେପାଜତରେ ହସ୍ତାନ୍ତର କରାଯିବ।

ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ଯେ ଗିରଫ କରାଯାଇଥିବା ଅଭିଯୁକ୍ତ ଜଣେ ନାବାଳକ ଏବଂ ଦ୍ବାଦଶ ଶ୍ରେଣୀରେ ପଢନ୍ତି। ତାକୁ ମୁନ୍ଦ୍ରାର ନାମନା କପାୟା ଗାଁରୁ ଗିରଫ କରାଯାଇଛି।

dhoni

ଗୁରୁବାର ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ IPL ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୧୦ରନର ବିଜୟ ହାସଲ ହୋଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନାବାଳକ ସୋସିଆଲ ସାଇଟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧମକ ଦେଇଥିଲା ଏବଂ ତାଙ୍କୁ ଅଶ୍ଳୀଳ କମେଣ୍ଟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.