ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗ: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ରୁଜୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଅବଗତ କରବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସପନ କମାର ପାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୧ ଅକ୍ଟୋବର ୨୧ ତାରିଖରେ ଶ୍ରୀ ପାଳଙ୍କୁ ଏସସିବି ମେଡିକାଲ ପରିସରରେ ଡାକ୍ତରମାନେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଶ୍ରୀ ପାଳଙ୍କ ଅସୁସ୍ଥ ଶାଶୂଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ୨୦୨୧ ଅକ୍ଟୋବର ୨୧ରେ ସେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଦର୍ଶାଇ ଶ୍ରୀ ପାଳ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ମାମଲାରେ ଗୃହ ସଚିବ, ପୁଲିସ ଡିଜି, କଟକ ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.