କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀ ଛୁଆର ମୃତଦେହ ଉଦ୍ଧାର । କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଠାବ । ମୃତ ହାତୀ ଛୁଆର ବୟସ ୩ରୁ ୬ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ଗତ ଫେବୃୟାର ମାସରେ ଅଭୟାରଣ୍ୟ ମଧ୍ୟରେ ୭ଟିୀ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ହାତୀ ମୃତ୍ୟୁର କାରଣ ସାହାଣ ରୋଗ ବୋଲି ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.