Below header

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ

ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି । ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ । ସିଗନାଲ ଓ ଟେଲିକମ୍‌ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ତେବେ ଟ୍ରାକ୍‌ରେ କୌଣସି ତ୍ରୁଟି ନଥିଲା । ସିଗନାଲ ବଦଳିବା ଯୋଗୁଁ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ଟ୍ରାକ୍‌ ଛାଡ଼ି ଲୁପ୍‌ ଲାଇନ୍‌ରେ ଚାଲିଗଲା ।

ବାଲେଶ୍ବର(କେନ୍ୟୁଜ୍): ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମାଷ୍ଟର ହିଁ ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍‌ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି । ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ । ସିଗନାଲ ଓ ଟେଲିକମ୍‌ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ତେବେ ଟ୍ରାକ୍‌ରେ କୌଣସି ତ୍ରୁଟି ନଥିଲା । ସିଗନାଲ ବଦଳିବା ଯୋଗୁଁ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ଟ୍ରାକ୍‌ ଛାଡ଼ି ଲୁପ୍‌ ଲାଇନ୍‌ରେ ଚାଲିଗଲା । ସେଠାରେ ଥିବା ମାଲଗାଡ଼ି ସହ ଏହାର ଧକ୍କା ହୋଇଥିଲା ।

ଗତ ଜୁନ୍‌ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍‌ ବଜାର ଠାରେ ଏକାଥରେ ତିନିଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୪ ଜଣ ପ୍ରାଣ ହରାଇଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ । ଓୟାରିଂରେ ତ୍ରୁଟି କଥା ଆଗରୁ ଜଣାପଡ଼ିଥିଲା । ଏ ସମ୍ପର୍କରେ ସିଗନାଲ ଓ ଟେଲିକମ୍‌ ବିଭାଗକୁ ଷ୍ଟେସନ୍‌ ମାଷ୍ଟର ଜଣାଇଥିଲେ । ସିଗନାଲିଂରେ ତ୍ରୁଟି ଯୋଗୁ ହିଁ ଯାହାଫଳରେ ଏତେବଡ଼ ଦୁର୍ଘଟଣା ଘଟିଗଲା । ମାନବୀୟ ତ୍ରୁଟି ହିଁ ଦୁର୍ଘଟଣା ପାଇଁ ଦାୟୀ ବୋଲି ସିଆରଏସ୍‌ ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.