ସାରଦା ଚିଟଫଣ୍ଡ ଠକେଇ ମାମଲା: ସଂସ୍ଥାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଜଷ୍ଟିସ ଗୌରୀ ଶଙ୍କର ଶତପଥିଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ଏହି ଆବେଦନ ଖାରଜ କରିଛନ୍ତି। ୨୦୧୩ରେ ଜଣେ ଜମାକାରୀଙ୍କ ଅଭିଯୋଗକ୍ରମେ ସିବିଆଇ ଦେବଯାନୀ ମୁଖାର୍ଜୀଙ୍କୁ ଗରଫ କରିଥିଲା

କେନ୍ୟୁଜ୍(ବ୍ୟୁରୋ): ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଗୌରୀ ଶଙ୍କର ଶତପଥିଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ଏହି ଆବେଦନ ଖାରଜ କରିଛନ୍ତି। ୨୦୧୩ରେ ଜଣେ ଜମାକାରୀଙ୍କ ଅଭିଯୋଗକ୍ରମେ ସିବିଆଇ ଦେବଯାନୀ ମୁଖାର୍ଜୀଙ୍କୁ ଗରଫ କରିଥିଲା। ଏହି ସଂସ୍ଥା ବିରୋଧରେ ୨୫୭୦ କୋଟି ଟଙ୍କାର ଅଭିଯୋଗ ରହିଛି। ତେବେ ମାମଲା ବିଚାରଯୋଗ୍ୟ ଥିବାରୁ ଏହି ଜାମିନ ଖାରଜ କରିଛନ୍ତି ଅଦାଲତ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ ମାମଲାରେ ଏହି କାର୍ଯ୍ୟନୁଷ୍ଠାନ ନେଇଥିଲା । ସାରଦା ଚିଟଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ(ଟିଏମସି) ମୁଖପାତ୍ର କୁନାଲ ଘୋଷ, ଲୋକସଭା ସାଂସଦ ଶତାବ୍ଦୀ ରଏ ଏବଂ ଦେବଯାନୀ ମୁଖାର୍ଜୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା।ଦେବଯାନୀ ମୁଖାର୍ଜୀ ସାରଦା ଗ୍ରୁପ୍ ଅଫ୍ କମ୍ପାନିର ନିର୍ଦ୍ଦେଶକା ଥିଲେ। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ଏହି ମାମଲା ପରିଚାଳନା କରୁଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.