Below header

ବୈଷ୍ଣବଙ୍କ ଭାଷା ଜ୍ଞାନ ବିବୃତିକୁ ନେଇ ତୀବ୍ର ପ୍ରତିକ୍ରିୟା : ଦୋମୁହାଁ ନୀତି ଓ କ୍ଷମତାଲୋଭୀ ବୋଲି କହି ସମାଲୋଚନା

ଭୁବନେଶ୍ବର : ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ଜ୍ଞାନ ପ୍ରସଙ୍ଗରେ ପୁଣି ଥରେ ଗଣମାଧ୍ୟମରେ ବିବୃତି ରଖିଛନ୍ତି। ଏହା ପୂର୍ବରୁ ଏକାଧିକ ବାର ବୈଷ୍ଣବ ପରିଡ଼ା ଓଡ଼ିଆ ଭାଷା ନେଇ ବିବୃତି ରଖିଥିଲେ ଓ ପୁଣି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ଫେରିବା ପରେ ୟୁ ଟର୍ଣ୍ଣ ମାରିଥିଲେ । ତାଙ୍କର ଓଡ଼ିଆ ସ୍ୱାଭିମାନ କେଉଁଠି ଥିଲା ବୋଲି ଏବେ ପ୍ରଶ୍ନ କରିଛନ୍ତି ବହୁ ବୁଦ୍ଧିଜୀବୀ ଓ ରାଜନେତା।

ବାରମ୍ବାର ଦଳ ବଦଳ କରିବା ପରେ ବିଜେଡ଼ିରୁ ରାଜ୍ୟ ସଭାକୁ ଯାଇଥିଲେ ବୈଷ୍ଣବ । ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର କାର୍ୟ୍ୟକାଳ ସରିବା ପରେ ଓଡ଼ିଆ ଭାଷାକୁ ନେଇ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ପ୍ରସଙ୍ଗକୁ ସୁବିଧାବାଦୀ ରାଜନୀତି ବୋଲି କହିଛନ୍ତି ବହୁ ବୁଦ୍ଧିଜୀବୀ।

ବାମ ଦଳରୁ କଂଗ୍ରେସ-କଂଗ୍ରେସରୁ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟିରୁ ବିଜେଡି ଯିବାପରେ ଶେଷରେ ପାଇଲେ ରାଜ୍ୟସଭା ଆସନ । ଏବେ ରାଜ୍ୟସଭା ସଦସ୍ୟ ଭାବେ କାର୍ୟ୍ୟକାଳ ସରିବା ପରେ ଭାଷା ଜ୍ଞାନ ଓ ସ୍ୱାଭିମାନ ନେଇ ବୈଷ୍ଣବ ଯେଉଁ କଥା କହୁଛନ୍ତି କାହା ପରାମର୍ଶରେ ଓ କେଉଁ ଉଦ୍ଦେଶ୍ୟରେ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.