ପପୁଙ୍କ ଫିଲ୍ମ ମିଷ୍ଟର କହ୍ନେୟା କୁ ବିରୋଧ, ପ୍ରିମିୟର ଶୋ’ ବେଳେ ବିରୋଧ କଲେ ବଜରଙ୍ଗ ଦଳ

ଭୁବନେଶ୍ୱର(କେନ୍ୟୁଜ) : ସଂଗୀତ ହେଉ ବା ଫିଲ୍ମ, କଉଠି ନା କଉଠି ପପୁ ଛାଡି ଦିଅନ୍ତି ଏମିତି କିଛି ଛୁଙ୍କ । ଯାହାକୁ ନେଇ ବିବାଦ ଆପଣା ଛାଏଁ ସୃଷ୍ଟି ହୁଏ । ଏବେ ପୁଣି ଥରେ ଏକ ଫିଲ୍ମକୁ ନେଇ ପପୁ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ପପୁଙ୍କ ଏହି ଫିଲ୍ମରେ କୃଷ୍ଣଙ୍କ ଚରିତ୍ରକୁ କଦର୍ଥ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ଫଳରେ ମିଷ୍ଟର କହ୍ନେୟା ଫିଲ୍ମର ପ୍ରିମିୟର ସୋ ଵେଳେ, ତୀଵ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି ଅଭିନେତା ପପୁ ପମ୍। କଟକ ଵୃନ୍ଦାଵନ ହଲରେ ପ୍ରିମିୟର ବେଳେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଵଜରଙ୍ଗ ଦଳ କଟକ ଶାଖା ପକ୍ଷରୁ ଏହି ଵିରୋଧ ପ୍ରଦର୍ଶନ କରାଯାଇଥିଲା। କୃଷ୍ଣଙ୍କ ଚରିତ୍ରକୁ ଫିଲ୍ମରେ କଦର୍ଥ କରି ଦର୍ଶାଯାଇଥିବା ଅଭିଯୋଗ ଆଣିଛି ବଜରଙ୍ଗ ଦଳ।

ଚଳଚିତ୍ରଟିର ନାଁ ପରିବର୍ତ୍ତନ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଗୀତକୁ ବାଦ ଦିଆଯାଉ ବୋଲି ଦାବି କରିଛି ବଜରଙ୍ଗ ଦଳ। ତେବେ ସିନେମାଟିରେ କୌଣସି ଦେବା ଦେବୀଙ୍କୁ ଅସମ୍ମାନ କରାଯାଇ ନାହିଁ, ସିନେମାଟିକୁ ଦେଖନ୍ତୁ, ଯଦି ଏପରି ହୋଇଥିବ ତେବେ ପ୍ରଦର୍ଶନ ବନ୍ଦ କରିଦେବି ବୋଲି ପପୁ ପମପମ କହିଛନ୍ତି। ଦୁଇ ବର୍ଷ ତଳୁ ଟେଲର ରିଲିଜ ହୋଇଛି, ଏବେ ବିରୋଧ କାହିଁକି ବୋଲି କହିଛନ୍ତି ପପୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.