ଖୋଲୁଛି ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ପେଡି, ପୁରୀର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ୍

ସାକ୍ଷୀଗୋପାଳ ବ୍ଲକ ଛକରେ ରହିଛି ୩ ମହଲା କୋଠା । ସତ୍ଯବାଦୀ ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା ଘର ଓ ଗୋପ ସୋରିଷପଦାରେ ଗୋଟିଏ ଘର ରହିଛି । ସେହିପରି ଗୋପ, ପିପିଲି, ସତ୍ଯବାଦୀର ପ୍ରାଇମ୍ ଲୋକେସନରେ ଠାବ ହୋଇଛି ୧୬ଟି ପ୍ଲଟ ।

କେନ୍ୟୁଜ୍(ବ୍ୟୁରୋ):  ଭିଜିଲାନ୍ସ ରେଡରେ ଖୋଲୁଛି ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ପେଡି । ଚାରିଆଡ଼େ ମାଳ ମାଳ ପ୍ଲଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ ଚଳାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩ଟି ବହୁତଳ କୋଠା ରହିଛି । ପୁରୀର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ୍ ।

ସାକ୍ଷୀଗୋପାଳ ବ୍ଲକ ଛକରେ ରହିଛି ୩ ମହଲା କୋଠା । ସତ୍ଯବାଦୀ ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା ଘର ଓ ଗୋପ ସୋରିଷପଦାରେ ଗୋଟିଏ ଘର ରହିଛି । ସେହିପରି ଗୋପ, ପିପିଲି, ସତ୍ଯବାଦୀର ପ୍ରାଇମ୍ ଲୋକେସନରେ ଠାବ ହୋଇଛି ୧୬ଟି ପ୍ଲଟ । ବ୍ୟାଙ୍କରେ ୫୦ ଲକ୍ଷ ଜମାରାଶି ରହିଛି । ୩ଟି ଦାମୀ ଚାରି ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ତିନିଟି ଯାକ କାରର ଶେଷ ଚାରିନମ୍ବର ସମାନ ଥିବା ଦେଖିବାକୁ ମିଳିଛି । ସେହିପରି ପୋଷ୍ଟାଲ ଓ ବୀମା ଜମାର ଆକଳନ ଜାରି ରହିଛି । ଆଜି ପୁରୀ, ସମ୍ବଲପୁର ଓ ବଲାଙ୍ଗିରରେ ଥିବା ଅଫିସ ଓ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.