କ’ଣ ଆମେରିକାରେ Parle-G ବିସ୍କୁଟ ମିଳେ ? ଜାଣନ୍ତୁ କେତେ ଡଲାରରେ ହେଉଛି ବିକ୍ରି

ଭାରତରେ ଏଭଳି କୌଣସି ସହର ନାହିଁ ଯେଉଁଠାରେ ପାର୍ଲେ ଜି ବିସ୍କୁଟ ମିଳେ ନାହିଁ । ଏହି ବିସ୍କୁଟ ଅଧିକାଂଶ ଭାରତୀୟଙ୍କ ପିଲାଦିନ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା ଆମେରିକାରେ ଏହା ମିଳେ ନା ନାହିଁ ?

ଭାରତରେ ଏଭଳି କୌଣସି ସହର ନାହିଁ ଯେଉଁଠାରେ ପାର୍ଲେ ଜି ବିସ୍କୁଟ ମିଳେ ନାହିଁ । ଏହି ବିସ୍କୁଟ ଅଧିକାଂଶ ଭାରତୀୟଙ୍କ ପିଲାଦିନ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା ଆମେରିକାରେ ଏହା ମିଳେ ନା ନାହିଁ ? ବାସ୍ତବରେ ମୁମ୍ବାଇର ଭିଲେ ପାରଲେ ଅଞ୍ଚଳରେ ଥିବା ଏକ ପୁରୁଣା ବନ୍ଦ କାରଖାନାରୁ ପାର୍ଲ ଜି ବିସ୍କୁଟ ଆରମ୍ଭ ହୋଇଥିଲା । ୧୯୨୯ ମସିହାରେ, ମୋହନଲାଲ ଦୟାଲ ଏହି କାରଖାନା କିଣି ପ୍ରଥମେ ସେଥିରେ ମିଠା ତିଆରି କରିବା ଆରମ୍ଭ କରିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାଧୀନତା ପୂର୍ବରୁ ପାର୍ଲେ-ଜିର ନାମ ଗ୍ଲୁକୋ ବିସ୍କୁଟ ଥିଲା । କିନ୍ତୁ, ସ୍ୱାଧୀନତା ପରେ ଦେଶରେ ଖାଦ୍ୟ ସଙ୍କଟ ହେତୁ ଏହାର ଉତ୍ପାଦନ ବନ୍ଦ କରିବାକୁ ପଡିଥିଲା । ବାସ୍ତବରେ ଏହି ବିସ୍କୁଟ ତିଆରି ପାଇଁ ଗହମର ବ୍ୟବହାର କରାଯାଏ ଏବଂ ସେତେବେଳେ ଭାରତ ଗହମ ଅଭାବ ସହିତ ସଂଘର୍ଷ କରୁଥିଲା ।

ଏହା ପରେ, ଯେତେବେଳେ ଏହି ବିସ୍କୁଟର ଉତ୍ପାଦନ ପୁଣି ଆରମ୍ଭ ହେଲା, ସେତେବେଳେ ଅନେକ କମ୍ପାନୀ ମାର୍କେଟରେ କମ୍ପିଟେସନ ରେ ଆସିଯାଇଥିଲେ । ଏହାର ପ୍ରଥମ ନାମ ଥିଲା ବ୍ରିଟାନିଆର ଗ୍ଲୁକୋଜ-ଡି ବିସ୍କୁଟ । ପାର୍ଲେ ଜି ନାମରେ କମ୍ପାନୀ ଗ୍ଲୁକୋ ବିସ୍କୁଟକୁ ପୁଣି ଥରେ ଲଞ୍ଚ କରିଥିଲା ।

ଏବେ ପାର୍ଲ-ଜି ରେ ‘G’ ର ଅର୍ଥକୁ ଆସିବା । ଯେତେବେଳେ ଏହି ବିସ୍କୁଟ ଆରମ୍ଭ ହେଲା, ‘G’ ର ଅର୍ଥ ଗ୍ଲୁକୋଜ ଥିଲା । କିନ୍ତୁ ୨୦୦୦ ମସିହାରେ, ‘G’ ଅର୍ଥାତ୍ ଜିନିୟସ୍ ଟ୍ୟାଗ୍ ଲାଇନ୍ ସହିତ କମ୍ପାନୀ ଦ୍ୱାରା ପ୍ରମୋଟ କରାଗଲା ।

ଏବେ ଆସନ୍ତୁ ଆମେରିକାରେ ପାର୍ଲେଜିର ମୂଲ୍ୟ ବିଷୟରେ ଜାଣିବା । ବାସ୍ତବରେ ଭାରତରେ ପାର୍ଲ ଜି ୬୫g ୫ ଟଙ୍କା ମୂଲ୍ୟରେ ମିଳିଥାଏ । ୱାଲମାର୍ଟ ଅନୁଯାୟୀ, ଏହି ବିସ୍କୁଟ ଆମେରିକାରେ ୧ ଡଲାରରେ ବିକ୍ରି ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.