ପ୍ରେମ ପାଇଁ ହାଇ ଡ୍ରାମା ଘଟଣା, ବୌଦ୍ଧରୁ ବନ୍ଧୁକ ଆଣିଥିଲା ବିକ୍ରମ

ବଲାଙ୍ଗୀର(କେ ନ୍ୟୁଜ): ପ୍ରେମ ପାଇଁ ହାଇଡ୍ରାମା ଘଟଣାରେ ଆଜି ବଲାଙ୍ଗିର ପୋଲିସ୍‌ ସାମ୍ବାଦିକ ସମ୍ମିଳନୀ କରିଛି । ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡାଙ୍କୁ ଗତକାଲି ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକକୁ ବୌଦ୍ଧରୁ ଆଣିଥିବା ପୋଲିସ୍‌ ସୂଚନା ପାଇଛି ।

ବଲାଙ୍ଗିର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପ୍ରେମ ପାଇଁ ଏଭଳି ହାଇଡ୍ରାମା କରିଥିଲା ବିକ୍ରମ ପଣ୍ଡା। ଗତକାଲି ବିକ୍ରମ ବନ୍ଧୁକ ଧରି ଶାନ୍ତିପଡ଼ାର ଅବସର ପ୍ରାପ୍ତ ଶିକ୍ଷକ ମଦନମୋହନ ହୋତାଙ୍କ ଘରେ ପଶିଥିଲା।

ବନ୍ଧୁକ ଦେଖାଇ ଡରାଇବା ସହ ପରିବାରର ୩ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ଦୀର୍ଘ ୬ ଘଣ୍ଟାର କସରତ ପରେ ବନ୍ଧକ ନାଟକରେ ଯବନିକା ପଡ଼ିଥିଲା । ବନ୍ଧକ ଥିବା ମଦନ ମୋହନଙ୍କ ପରିବାରର ୩ ଜଣଙ୍କୁ କୌଶଳ କ୍ରମେ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା ପୋଲିସ । ପରେ ଅଭିଯୁକ୍ତକୁ କାବୁ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.