ନିଜ ସ୍ୱଳ୍ପ ଆୟରୁ ଲୋକଙ୍କ ସେବା କରୁଛନ୍ତି ବାଣପୁରର ଝିଅ ପାୟଲ

ଟାଙ୍ଗୀ(କେ ନ୍ୟୁଜ):  ଖୋର୍ଦ୍ଧା ଜିଲ୍ଲା ବାଣପୁରର ଝିଅ ପାୟଲ ପ୍ରିୟଦର୍ଶିନୀ । ବୟସ ସେତେ ଅଧିକ ନହୋଇଥିଲେ ମଧ୍ୟ “ମାନବ ସେବା ହିଁ ମାଧବ ସେବା”କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଛନ୍ତି । ମା’ ଭଗବତୀ ଫାଉଣ୍ଡେସନ ନାମକ ସାମାଜିକ ଅନୁଷ୍ଠାନ ଗଢ଼ି ନିଜର ସ୍ଵଳ୍ପ ଆୟରୁ କିଛି କିଛି ସଞ୍ଚୟ କରି ସମାଜରେ ଥିବା ଅସହାୟ ଓ ନିରାଶ୍ରୟ ଲୋକଙ୍କ ପାଖରେ ପହଁଚି କିଛି ନା କିଛି ଲୋକଙ୍କ ସାହାଯ୍ୟ କରିବା ସହ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

ଆଜି କ୍ୟାନ୍ସର ପୀଡ଼ିତ ଯୁବକ ମନୋଜଙ୍କ ନିକଟରେ ପହଞ୍ଚି ରେସନ ସାମଗ୍ରୀ ଓ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏଭଳି ନିଃସ୍ୱାର୍ଥ ପର ସେବା ପାଇଁ ଏବେ ପାୟଲଙ୍କୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟୁଛି । ଆଗକୁ ଆହୁରି ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ପାୟଲ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.