ଲୁଚି ରହି ପାରିଲାନି ଖଳନାୟକର ଖଳ ଷଡ଼ଯନ୍ତ୍ର, ନିଜେ ଚୋରି କରି ଟଙ୍କା ଚୋରିର ନାଟକ

ସମ୍ବଲପୁର : ଲୁଚି ରହି ପାରିଲାନି ଖଳନାୟକର ଖଳ ଷଡ଼ଯନ୍ତ୍ର । ନିଜେ ଚୋରି କରି ଟଙ୍କା ଚୋରି ହୋଇଯାଇଥିବା ନାଟକ ରଚିଥିବା ମାଇକ୍ରୋଫାଇନାନ୍ସ ସଂସ୍ଥାର ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜରକୁ ଧରିଛି ପୋଲିସ । ସମ୍ବଲପୁର ରେଙ୍ଗାଲି ଥାନା ପିପୁଲ୍ସ ଫୋରମ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିତାଧିକାରୀଙ୍କ ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କାକୁ ପଞ୍ଜାବ ନେସନାଲ୍ ବ୍ୟାଙ୍କରେ ଜମା ଦେବାକୁ ଯାଇ ଘରେ ଲୁଚାଇ ଦେଇଥିଲା ଅଭିଯୁକ୍ତ । ଏହାପରେ ଚୋରି ହୋଇଯାଇଥିବା ନାଟକ କରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଅଭିଯୋଗକାରୀ ହିଁ ଅଭିଯୁକ୍ତ । ଏହାପରେ ପୋଲିସ ଅଭିଯୁକ୍ତ ଆକାଶ ଆଳୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.