ସାମାଜିକ ଅନୁଷ୍ଠାନ ସାଥୀ ଓ ସଖା ତରଫରୁ ଆଥଲେଟ ଦୂତୀ ଚାନ୍ଦଙ୍କ ନିଷ୍ପତ୍ତିକୁ ସମର୍ଥନ

ଭୁବନେଶ୍ବର(କେନ୍ୟୁଜ୍): ଆଥଲେଟ ଦୂତୀ ଚାନ୍ଦଙ୍କ ନିଷ୍ପତ୍ତିକୁ ସାମାଜିକ ଅନୁଷ୍ଠାନ ସାଥୀ ଓ ସଖାର ଦୃଢ଼ ସମର୍ଥନ । ଏନେଇ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ନ୍ୟୁ ମାରିୟନ୍ ହୋଟେଲରେ ଏକ କର୍ମଶାଳା ଆୟୋଜିତ ହୋଇଛି । କାଯ୍ୟର୍କ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଏଲଜିବିଟି କମ୍ୟୁନିଟିର ସଦସ୍ୟ ଓ ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିଲେ । ସମସ୍ତେ ଦୂତୀଙ୍କୁ ସମର୍ଥନ ଦେବା ସହିତ ତାଙ୍କ ପାଇଁ ଗର୍ବିତ ବୋଲି ମତ ରଖିଥିଲେ । ଉପସ୍ଥିତ ଅତିଥିମାନେ ଦୂତୀଙ୍କ ସାଥରେ ଥିବା କହିଥିଲେ । ବିଭିନ୍ନ ସ୍ଥାନରୁ ଲୋକମାନେ ସମର୍ଥନର ବାର୍ତ୍ତା ମଧ୍ୟ ପଠାଇଥିଲେ ଦୂତୀଙ୍କ ପାଖକୁ । ଏହିଅବସରରେ ଦୂତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏପରି କାଯ୍ୟର୍କ୍ରମ ତାଙ୍କୁ ଉତ୍ସାହିତ କରିବା ସହ ଖୁବ୍ ପ୍ରେରଣା ଯୋଗାଇବ ବୋଲି ଦୂତୀ ଚାନ୍ଦ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.