ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ୍ ନୋଟ୍ ପେପର ଇଣ୍ଡିଆ ନିର୍ଦ୍ଦେଶକ

(କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ଲିମିଟେଡ-BNPMର ପରିଚାଳନା ନିର୍ଦ୍ଦେଶକ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭେଟି ବାଲେଶ୍ୱର ଜିଲ୍ଲାରେ ହେବାକୁ ଥିବା ପ୍ରକଳ୍ପ ସଂପର୍କରେ ଅବଗତ କରାଇଛନ୍ତି । ବାଲେଶ୍ୱରରେ ବ୍ୟାଙ୍କ ନୋଟ ପେପର ମିଲ୍‌ ପାଇଁ ଯୋଜନା ରହିଛି ।

ଏଥିପାଇଁ କଂପାନୀ ୨୫ ଶହ କୋଟି ଟଙ୍କା ଖର୍ଚ୍ଚ କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରାନ ପ୍ରାଇଭେଟ ଲିମିଟେଡର ଏହା ଏକ ମିଳିତ ଉଦ୍ୟୋଗ । ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ସାକ୍ଷାତ ଆଲୋଚନା ବେଳେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଏହାପୂର୍ବରୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ପଦାବଡଗାଁରେ ଭାରତୀୟ ଟଙ୍କା ତିଆରି କାଗଜ ପ୍ରସ୍ତୁତ କାରଖାନା ପାଇଁ RBIର ତିନି ଜଣିଆ ଟିମ୍‌ ଅନୁଧ୍ୟାନ କରିଛି । ପ୍ରାୟ ୩୦୦ ଏକର ଗୋଚର ଓ ଅନାବାଦୀ ଜମିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ରେମୁଣା ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖିଛନ୍ତି ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଦଳ। ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନରେ ପ୍ରାୟ ଶହେ ଏକରରୁ ଅଧିକ ଜମି ଆବଶ୍ୟକ ରହିଛି । ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ମନୋନୟନ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.