ଲଣ୍ଡନରେ ବିବାହ କରିବାକୁ ଯାଉଛନ୍ତି ଆକ୍ସନ୍‌ ଷ୍ଟାର ବିଦ୍ୟୁତ୍‌ ଜାମଓ୍ଵାଲ, ଲିକ୍‌ ହେଲା ତାରିଖ

ବଲିଉଡ୍‌ ଅଭିନେତା ବିଦ୍ୟୁତ୍‌ ଜାମଓ୍ଵାଲ ଆକ୍ଟିଂଠାରୁ ଅଧିକ ଆକ୍ସନ୍‌ ଯୋଗୁ ଜଣାଶୁଣା। ସେ ଯେଉଁ ଲେବଲର ଆକ୍ସନ୍‌ ପରଦାରେ ଦେଖାଇଥାନ୍ତି, ତାହାକୁ ଦେଖିଲେ ଛାତି ଥରି ଉଠେ। ବିଦ୍ୟୁତ୍‌ ଜାମଓ୍ଵାଲ ନିଜ ଫିଟ୍‌ନେସ୍‌ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରିଥାନ୍ତି। ସବୁବେଳେ ଷ୍ଟଣ୍ଟ ଓ ଫିଟ୍‌ନେସ୍‌ ଯୋଗୁ ଚର୍ଚ୍ଚାରେ ରହୁଥିବା ବିଦ୍ୟୁତ୍‌ ଜାମଓ୍ଵାଲ ଏବେ କିନ୍ତୁ ନିଜ ପର୍ସନାଲ ଲାଇଫ୍‌ ଯୋଗୁ ଆଲୋଚନାରେ ଅଛନ୍ତି।

ବିଦ୍ୟୁତ ଜାମଓ୍ଵାଲଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଆକ୍ସନ୍‌ ଷ୍ଟାର। ଆଗାମୀ ୧୫ ଦିନ ଭିତରେ ସେ ଭାବୀ ପତ୍ନୀ ନନ୍ଦିତା ମହତାନୀଙ୍କ ସହ ବିବାହ କରୁଛନ୍ତି। ନନ୍ଦିତା ମହତାନୀ ଏବେ ଲଣ୍ଡନରେ ଅଛନ୍ତି। ଏଣୁ ଏବେ ବିଦ୍ୟୁତ ମଧ୍ୟ ଲଣ୍ଡନ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହି ବିବାହ ସମ୍ପର୍କରେ ବିଦ୍ୟୁତ୍‌ କି ତାଙ୍କ ପ୍ରେମିକା ନନ୍ଦିନୀ କେହି ଅଫିସିଆଲି କୌଣସି ସୂଚନା ଦେଇନାହାନ୍ତି।

ନନ୍ଦିତା ମହତାନୀ କିଏ?

ବିଦ୍ୟୁତ୍‌ ଜାମଓ୍ଵାଲ ଓ ନନ୍ଦିତା ମହତାନୀ ଦୀର୍ଘ ଦିନ ହେଲାଣି ପରସ୍ପରକୁ ଡେଟ୍‌ କରୁଛନ୍ତି। ଗତ ବର୍ଷ ଉଭୟେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ବେଳର ଫଟୋକୁ ଅଭିନେତା ବିଦ୍ୟୁତ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ସେପ୍ଟେମ୍ବରରେ ହିଁ ସେ ନିର୍ବନ୍ଧ କରିଥିଲେ।  ଫଟୋ ସେୟାର କରି ବିଦ୍ୟୁତ କ୍ୟାପସନ୍‌ରେ ଲେଖିଥିଲେ- ‘ଏହା କମାଣ୍ଡେଙ୍କ ଭଳି ଥିଲା ତ!’ କ୍ୟାପସନ୍‌ ସହ ସେ ଏକ ମୁଦି ଇମୋଜି ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

ନନ୍ଦିତା ମଧ୍ୟ ଏହି ଫଟୋ ସେୟାର କରି ଲେଖିଥିଲେ- ଅଧିକ ସମୟ ଏମିତି ଟାଙ୍ଗି ହୋଇ ରହିପାରିନଥାନ୍ତି। ସେଥିପାଇଁ ହଁ କହିଦେଲି।

 

View this post on Instagram

 

A post shared by Nandita Mahtani (@nanditamahtani)

ତେବେ ଏଠାରେ ଆମେ କହି ରଖୁଛୁ ଯେ ନନ୍ଦିତା ମହତାନୀ କୌଣସି ଅଭିନେତ୍ରୀ ନୁହନ୍ତି। କିନ୍ତୁ ସେ ଖୁବ୍‌ ସୁନ୍ଦର। ତାଙ୍କ ସୁନ୍ଦରତା ସାମ୍ନାରେ ବଡ଼ ବଡ଼ ହିରୋଇନ୍‌ ବି ପଛରେ ପଡ଼ିଯିବେ। ନନ୍ଦିତା ପେସାରେ ଜଣେ ଜଣାଶୁଣା ଫ୍ୟାସନ୍‌ ଡିଜାଇନର। ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ପାଇଁ କାମ କରିସାରିଛନ୍ତି।

Also Read: ସମ୍ପୂର୍ଣ୍ଣ ଶାକାହାରୀ ହେଲା ନୂଆଦିଲ୍ଲୀ ରେଲୱେ ଷ୍ଟେସନ୍‌ରେ IRCTC ର ବେସ୍‌ କିଚେନ୍‌, ମିଳିଲା ସାତ୍ତ୍ୱିକ ସାର୍ଟିଫିକେଟ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.