ସମ୍ପୂର୍ଣ୍ଣ ଶାକାହାରୀ ହେଲା ନୂଆଦିଲ୍ଲୀ ରେଲୱେ ଷ୍ଟେସନ୍‌ରେ IRCTC ର ବେସ୍‌ କିଚେନ୍‌, ମିଳିଲା ସାତ୍ତ୍ୱିକ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଆଇଆରସିଟିସିର ବେସ୍‌ କିଚେନ୍‌ ସମ୍ପୂର୍ଣ୍ଣ ଭାବେ ଶାକାହାରୀ ଓ ହାଇଜିନିକ୍‌ ହୋଇଯାଇଛି। ଏହି ବେସ୍‌ କିଚେନ୍‌ରେ ରନ୍ଧା ଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ। ଏଥିସହ ଶାକାହାରୀ ଲୋକ ଆଖି ମୁଜି ଏହି ଖାଦ୍ୟକୁ ଖାଇପାରିବେ। ଏହି ବେସ୍‌ କିଚେନ୍‌କୁ ସାତ୍ତ୍ୱିକ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ସାତ୍ତ୍ୱିକ ସାର୍ଟିଫିକେଟ୍‌ ଦିଆଯାଇଛି। ଏହାର ଆରମ୍ଭ ଭାରତୀୟ ରେଳ କରିଛି।

ମିଳିବ ସାତ୍ତ୍ୱିକ ସାର୍ଟିଫିକେଟ୍‌:

ନିକଟରେ ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌ର ସାତ୍ତ୍ୱିକ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କାଉନ୍‌ସିଲ ଏହି ଟ୍ରେନ୍‌ ଓ ବେସ୍‌ କିଚେନ୍‌କୁ ସାତ୍ତ୍ୱିକ ହୋଇଥିବା ନେଇ ସାର୍ଟିଫିକେଟ୍‌ ଦେବ। ନୂଆ ଦିଲ୍ଲୀ ଷ୍ଟେସନ୍‌ର ବେସ୍‌ କିଚେନ୍‌ରେ ଏହାର ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଟ୍ରେନ୍‌ର ଖାଦ୍ୟ ଶାକାହାରୀ କି ଆମିଷ ଜାଣି ପାରୁନଥିବାରୁ ଖାଦ୍ୟ ଖାଇନଥାନ୍ତି। ଏଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

କିଛି ଲୋକଙ୍କୁ ଲାଗୁଥିଲା ଯେ ଶାକାହାରୀ କିଚେନ୍‌ରେ ମାଂସାହାରୀ ଖାଦ୍ୟ ବି ରନ୍ଧା ଯାଉଛି। ଆଇଆରସିଟିସି ଯାତ୍ରୀଙ୍କର ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସାତ୍ତ୍ୱିକ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ସହ ଚୁକ୍ତି ସ୍ୱାକ୍ଷରିତ କରିଛି। ଏହି ଚୁକ୍ତିନାମା ପରେ ବେସ୍‌ କିଚେନ୍‌କୁ ସାତ୍ତ୍ୱିକ ସାର୍ଟିଫିକେଟ୍‌ ଦିଆଯାଇଛି।

Also Read: ଶ୍ରୀଲଙ୍କାର ନୂଆ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେଲେ ରନିଲ ଓ୍ଵିକ୍ରେମେସିଙ୍ଘେ, ପ୍ରଧାନମନ୍ତ୍ରୀ ବାସଭବନରେ ପଶିଲେ ପ୍ରଦର୍ଶନକାରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.