ଶ୍ରୀଲଙ୍କାର ନୂଆ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେଲେ ରନିଲ ଓ୍ଵିକ୍ରେମେସିଙ୍ଘେ, ପ୍ରଧାନମନ୍ତ୍ରୀ ବାସଭବନରେ ପଶିଲେ ପ୍ରଦର୍ଶନକାରୀ

ଶ୍ରୀଲଙ୍କାରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସେଠାରେ ଲୋକମାନେ ଉଗ୍ର ହେବାରେ ଲାଗିଛନ୍ତି। ଦେଶର ଅବସ୍ଥା ଖରାପ ହେଉଥିବା ଦେଖି କଲମ୍ବୋରେ ହଜାର ହଜାର ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ପ୍ରବେଶ କରିଛନ୍ତି। ପୋଲିସ ସେମାନଙ୍କୁ ବାହାର କରିବାକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାଯାଇଛି। ପିଏମ୍‌ ହାଉସ୍‌ ବାହାରେ ଶତାଧିକ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛନ୍ତି। ତଥାପି ପ୍ରଦର୍ଶନକାରୀ ହଟିବାକୁ ନାରାଜ।

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ରନିଲ ଓ୍ଵିକ୍ରେମେସିଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିବା ପାଇଁ ଘୋଷଣା କରିଛନ୍ତି। ଏଥିସହ ଓ୍ଵିକ୍ରେମେସିଙ୍ଘେଙ୍କୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଅନ୍ୟପଟେ ପ୍ରଦର୍ଶନକାରୀ ଦାବି କରୁଛନ୍ତି ଯେ ସେମାନଙ୍କୁ ରାଷ୍ଟ୍ରପତି ଭାବେ ରାଜପକ୍ଷେ ଓ ଓ୍ଵିକ୍ରେମେସିଙ୍ଘେଙ୍କ ମଧ୍ୟରୁ କେହି ବି ଦରକାର ନାହିଁ।

ଦେଶରୁ ପଳାୟନ କଲେ ରାଷ୍ଟ୍ରପତି:

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବୁଧବାର ଦିନ ଦେଶ ଛାଡ଼ି ମାଲଦ୍ୱୀପ ପଳାୟନ କରିଛନ୍ତି। ରାଷ୍ଟ୍ରପତି ରାଜପକ୍ଷେ, ତାଙ୍କ ପତ୍ନୀ ଓ ଦୁଇ ଅଙ୍ଗରକ୍ଷକ କାଲି ରାତିରେ କଲମ୍ବୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ମାଲେ ଯାଉଥିବା ମିଲିଟାରୀ ବିମାନରେ ବସି ଦେଶରୁ ପଳାୟନ କରିଛନ୍ତି।

ମାଲେ ଏୟାରପୋର୍ଟର ଜଣେ ଅଧିକାରୀ କହିଛନ୍ତି, ମାଲଦ୍ୱୀପ ପହଞ୍ଚିବା ପରେ ରାଷ୍ଟ୍ରପତି ରାଜପକ୍ଷେ, ତାଙ୍କ ପତ୍ନୀ ଓ ଦୁଇ ଅଙ୍ଗ ରକ୍ଷୀଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ କୌଣସି ଅଜ୍ଞାତ ସ୍ଥାନକୁ ନିଆଯାଇଛି। ପ୍ରକାଶ ଯେ ଗୋଟାବାୟା ରାଜପକ୍ଷେ ଘୋଷଣା କରିଥିଲେ ଯେ ସେ ଆଜି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ।

Also Read: ମାଂସ ଦୋକାନରେ ମାଲିକକୁ ଦେଖି ମଣିଷ ଭଳି କାନ୍ଦିବାକୁ ଲାଗିଲା ଛେଳି, ଦେଖିଲେ ରୋକିପାରିବେନି ଲୁହ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.