ପାରିବାରିକ କଳହର କରୁଣ ପରିଣତି: ବଡ଼ଭାଇର କଟୁରୀ ଚୋଟରେ ସାନ ଭାଇ ମୃତ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ବଡ଼ଭାଇର କଟୁରୀ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପାତ୍ରପୁର ବ୍ଲକ ବୁରା଼ତାଲ ପଂଚାୟତ ର ଏହି ଗାଁରେ ରହୁଥିବା ଦୁଇ ଭାଇଙ୍କ ମଧ୍ୟରେ ଜମି ଜମାକୁ ନେଇ ବିବାଦ ହୋଇଥିଲା ହଠାତ ବଡ଼ ଭାଇ କଟୁରୀରେ ସାନ ଭାଇଙ୍କୁ ଆକ୍ରମଣ କରିଥିଲା।

ଘଟଣା ସ୍ଥଳରେ ହିଁ କାର୍ତ୍ତିକ ର ମୃତ୍ୟୁ ହୋଇଯାଇଥିଲା, ଆଜି ସକାଳେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ବଡ଼ଭାଇ ଅସିନା କାର୍ଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୁଚନା ମିଳିଛି। ସେହି କତୁରୀକୁ ମଧ୍ୟ ଜବତ କରାଯାଇଛି। ଏପିରିକି ଆବଶ୍ୟକ ପଡିଲେ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇପାରେ ବୋଲି ପୋଲିସର ସୁତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.