ବ୍ରହ୍ମପୁରରୁ ଉଦ୍ଧାର ହେଲା ବରମୁଣ୍ଡାରୁ ଚୋରି ହୋଇଥିବା ବସ, ଚୋରର ମିଳୁନି ପତ୍ତା

ଭୁବନେଶ୍ୱର(କେ ନ୍ୟୁଜ):  ଠାବ ହେଲା ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍‌ । ଭୁବନେଶ୍ୱରରୁ ଚୋରି ହୋଇଥିବା ବସ ବ୍ରହ୍ମପୁରରୁ ଉଦ୍ଧାର ହୋଇଛି । ବଡବଜାର ପୋଲିସ ବସ୍ ଟି‌କୁ ଅଟୋନଗର ଅଞ୍ଚଳରୁ ଠାବ କରିଛି । କିନ୍ତୁ ବସ ଟିକୁ ଚୋରି କରିଥିବା ଚୋର ଏଯାବତ ଧରା ପଡିନାହିଁ । ଗତକାଲି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଦାସ ନାମକ ଏକ ଯାତ୍ରୀବାହୀ ବସ୍‌ ଚୋରୀ ହୋଇଯାଇଥିଲା।

ଏନେଇ ବସ୍‌ ମାଲିକ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଥିଲେ ତଦନ୍ତ । ଆଜି ବଡବଜାରରୁ ବସ୍‌କୁ ଠାବ କରା ଯାଇଥିଲା। ତେବେ କିଏ,କେଉଁଠିକୁ ବସ୍‌ଟିକୁ ଚୋରି କରି ନେଇଥିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.