କରୋନା ରୋଗୀଙ୍କ ସହ ମେଡିକାଲରେ ହିଁ ଦୀପାବଳି ପାଳିଲେ ଡାକ୍ତର, ଦେଖନ୍ତୁ ଭିଡିଓ

ଦୀପାବଳି ପର୍ବ ସାରା ଦେଶରେ ବେଶ୍‌ ଧୁମ୍‌ଧାମ୍‌ର ସହ ପାଳିତ ହୋଇଛି। କରୋନା ଯୋଗୁ ଚଳିତଥରର ଦୀପାବଳି ସବୁଥର ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଥରକ କେତେକ ରାଜ୍ୟରେ ବାଣ ଫୁଟାଇବା ବ୍ୟାନ୍‌ ହୋଇଥିବା ବେଳେ ଆଉ କିଛି ଲୋକ କରୋନା ଯୋଗୁ ମେଡିକାଲରେ ହିଁ ଆଲୋକର ପର୍ବ ପାଳିଥିଲେ।

ଗୁଜରାଟର ଭଦୋଦରାରେ ମଧ୍ୟ କରୋନା ଭାଇରସ୍‌ରେ ସଂକ୍ରମିତ ଲୋକଙ୍କୁ ନିଜ ପରିବାରର ଅଭାବ ଅନୁଭବ ନ କରାଇବାକୁ ଡାକ୍ତର ଓ ନର୍ସମାନେ ସେମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଭଦୋଦରାର ସୟାଜୀରାବ ଗାୟକଓ୍ଵାଡ ହସ୍ପିଟାଲର କରୋନା ଓ୍ଵାର୍ଡରେ ଦୀପାବଳି ପାଳିତ ହୋଇଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଡାକ୍ତର ଓ ହସ୍‌ପିଟାଲର କର୍ମଚାରୀମାନଙ୍କର ଏହି ଛୋଟ ଉଦ୍ୟମ ଯୋଗୁ ରୋଗୀଙ୍କ ଓଠରେ ହସ ଝଲସିଥିବା ଦେଖାଯାଇଛି। ରୋଗୀ ଓ ଡାକ୍ତରମାନେ ଗୀତର ତାଳେ ତାଳେ ଖୁବ୍‌ ନାଚିବା ସହ ମିଠା ବାଣ୍ଟିଥିବା ମଧ୍ୟ ଦେଖିବାକୁ ମିଳିଛି।

ଏ ଅବସରରେ ଡାକ୍ତର କହିଛନ୍ତି ପରିବାରଠାରୁ ଦୂରରେ ରହିବା ଦୁଃଖ ସେମାନେ ଜାଣିଛନ୍ତି। ଏଣୁ କରୋନା ରୋଗୀଙ୍କ ଦୀପାବଳିକୁ ଖାସ୍‌ ବନାଇବା ପାଇଁ ସେମାନେ ଏକଜୁଟ୍‌ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.