Below header

ସପ୍ତମ ଥର ପାଇଁ ବିହାର ଶାସନ ଗାଦିରେ ବସିବେ ନୀତୀଶ କୁମାର, ଆସନ୍ତା କାଲି ନେବେ ଶପଥ

ପାଟନା: ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ପଦରେ ବସିବେ ନୀତୀଶ କୁମାର ‌। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଉ କ୍ରମାଗତ ଭାବରେ ଚତୁର୍ଥ ଥର ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଆଜି ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଧାୟକଙ୍କ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର । ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ଆଜି ରାଜଭବନରେ ରାଜ୍ୟପାଳ ଫଗୁ ଚୌହ୍ଵାନଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ସୁଶୀଲ ମୋଦି ପୁଣି ଉପମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହୋଇଛି । ବିହାର ରାଜଧାନୀ

ପାଟନାରେ ବସିଥିବା ଏନଡିଏ ବିଧାୟକଙ୍କ ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ । ତାଙ୍କ ସହ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ବୈଠକରେ ସାମିଲ ଥିଲେ । ଏହାସହ ମନ୍ତ୍ରିମଣ୍ଡଳ ରୂପରେଖ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି । ଏଥର ବିଧାନସଭା ନିର୍ବାଚନରେ ଜେଡିୟୁଠାରୁ ଅଧିକ ୩୧ଟି ଆସନରେ ବିଜେପି ବିଜୟୀ ହୋଇଛି । ବିଜେପି ୭୪ ଆସନରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ୪୩ଟି ଆସନ ପାଇଥିଲା । ଯେବେକି ଏନଡିଏକୁ ମିଳିଛି ୧୨୫ ଆସନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.