Below header

Whatsapp ଖୁବ ଶୀଘ୍ର ଆଣୁଛି ଫେସ୍‌ ଅନଲକ ଫିଚର, ଫୋନ ଚେଞ୍ଜ ହେବା ପରେ ମଧ୍ୟ କରିବ କାମ

ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ Whatsapp ପ୍ରାୟ ସବୁ ସମୟରେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସର ଅପଡେଟ ନେଇ ଆସିଥାଏ । ତେବେ ଖୁବ ଶୀଘ୍ର ଫେସ ଅନଲକ ନାମକ ଆଉ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆଣ୍ଡ୍ରଏଡ଼ ୟୁଜର୍ସ ଏହି ଆପରେ ଫିଙ୍ଗର ପ୍ରିଣ୍ଟର ବ୍ୟବହାର କରି ଲକ୍‌ ଖୋଲୁଥିଲେ, କିନ୍ତୁ ଖୁବ ଶୀଘ୍ର ଫେସ ଅନଲକ୍‌ ଫିଚର ସାହାଯ୍ୟରେ ମଧ୍ୟ ଲକ୍‌ ଖୋଲି ପାରିବେ । ତେବେ iOS ୟୁଜର୍ସଙ୍କ ପାଇଁ Whatsapp ରେ ଏହି ଫେସ୍‌ ଅନଲକ ଫିଚର ପୂର୍ବରୁ ଦିଆଯାଇଛି।

whatsapp2

Whtasppର ବିଟା ବିଲ୍ଡ 2.20.203.3 ରେ ଆସୁଥିବା ଏହି ଆଗାମୀ ଫିଚର ବିଷୟରେ WABetaInfo ସୂଚନା ଦେଇଛି । ତେବେ ଏହି ଫିଚରର ଲଞ୍ଚ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ଭାବରେ ଜଣା ପଡିନାହିଁ କିନ୍ତୁ ଖୁବ ଶୀଘ୍ର ଏହାକୁ ଆଣ୍ଡ୍ରଏଡ଼ ୟୁଜର୍ସଙ୍କ ପାଇଁ ଆଉଟ କରିଦିଆଯିବ ବୋଲି ସୂଚନା ମିଳିଛି । ଫୋନ ଚେଞ୍ଜ କଲେ ମଧ୍ୟ ଏହି ନୂଆ ଫିଚର କାମ କରିବ। ଅର୍ଥାତ ସ୍ମାଟଫୋନ ବଦଳାଇଲେ ମଧ୍ୟ ଆପଣ ପୁରୁଣା ଫୋନର ଫେସ ଅନଲକ୍‌ ସାହାଯ୍ୟରେ ଲକ୍‌ ଫିଟାଇ ପାରିବେ । ଅନ୍ୟପକ୍ଷରେ Whatsapp ବିଟା ବିଲ୍ଡ 2.20.203.3 ପୂର୍ବରୁ ଥିବା ଫିଙ୍ଗରପ୍ରିଣ୍ଟ ଲକ୍‌କୁ ମଧ୍ୟ ଉନ୍ନତ କରିବ।

ଫେସ ଅନଲକ୍‌ ଫିଚର ଆସିବା ପରେ ଆପରେ ଥିବା ଫିଙ୍ଗର ପ୍ରିଣ୍ଟ ଅପ୍ସନକୁ ବାୟୋମେଟ୍ରିକ୍ସ ଲକ୍‌ରେ ବଦଳାଇ ଦିଆଯିବ। ସେହିପରି ଫିଙ୍ଗରପ୍ରିଣ୍ଟ ରିକଗ୍ନେସନ ଫେଲ ହେବାର ମାମଲାରେ Whatspp ବିଶିଷ୍ଟ ଧ୍ୟାନ ଦେବ। ବର୍ତ୍ତମାନ ରହିଥିବା ଫିଚର ମୁତାବକ ଫିଙ୍ଗରପ୍ରିଣ୍ଟର ଆପ୍‌ ଅନଲକ ହେଉନଥିଲେ ତାର କୌଣସି ଅନ୍ୟ ଅପସନ ମିଳୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.