ଦ୍ୱିତୀୟ ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଦୀପିକା ଓ ରଣବୀର, ସେୟାର କଲେ କପଲ ଫଟୋ

ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଦୀପବୀରଙ୍କ ବିବାହ ଉତ୍ସବ ଚଳିତ ଥର ଆହୁରି ଜବରଦସ୍ତ ହୋଇଛି, କାରଣ ଦୀପାବଳି ଓ ବିବାହ ବାର୍ଷିକୀ ଗୋଟିଏ ଦିନରେ ପଡ଼ୁଛି। ବିବାହ ବାର୍ଷିକୀରେ ଉଭୟେ ସୋସିଆଲ ମିଡିଆରେ କେତେକ ଫଟୋ ସେୟାର କରିଛନ୍ତି। ଫଟୋରୁ ହିଁ ସେମାନେ କେତେ ରୋମାଣ୍ଟିକ୍‌ ତାହା ସ୍ପଷ୍ଟ ଜଣାପଡ଼ୁଛି।

ଦୀପିକା ରଣବୀରକୁ କୋଳେଇ ଧରି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟେ ହସୁଥିବା ଦେଖିବାକୁ ମିଳୁଛି। ଫଟୋର କ୍ୟାପସନ୍‌ରେ ଦୀପିକା ଲେଖିଛନ୍ତି- ‘ଏକ ଫଲି ମେ ଦୋ ମଟର। ଦ୍ୱିତୀୟ ବିବାହ ବାର୍ଷିକୀର ଅଭିନନ୍ଦନ ରଣବୀର। ତୁମେ ମୋତେ ସମ୍ପୂର୍ଣ୍ଣ କରିଛ’।

 

View this post on Instagram

 

A post shared by Deepika Padukone (@deepikapadukone)

ରଣବୀର ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସ୍ତ୍ରୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ‘ଆତ୍ମା ସବୁବେଳେ ପାଇଁ ଏକାଠି ହୋଇଯାଇଛି। ହାପି ସେକେଣ୍ଡ ଆନିଭର୍ସରୀ ମୋ ଗୁଡ଼ିଆ’।

 

View this post on Instagram

 

A post shared by Ranveer Singh (@ranveersingh)

ସୂଚନାଯୋଗ୍ୟ ଯେ ୧୪ ନଭେମ୍ବର ୨୦୧୮ରେ ଦୀପିକା ଓ ରଣବୀର ଇଟାଲୀର ଲେକକୋମୋରେ ବିବାହ କରିଥିଲେ। ଉଭୟେ ଉଭୟଙ୍କ ରୀତି ନୀତି ଅନୁସାରେ ବିବାହ କରିଥିଲେ।

 

View this post on Instagram

 

A post shared by Deepika Padukone (@deepikapadukone)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.