ବରଗଡ଼: ମା’ଙ୍କ ମୃତ୍ୟୁପରେ ଶରୀର ଦାନ ଏବଂ ଶ୍ରାଦ୍ଧ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ କରି ନିଆରା ଉଦାହାରଣ ସାଜିଲେ ପ୍ରଧାନ ପରିବାର

ବରଗଡ଼(କେନ୍ୟୁଜ୍):  ମୃତ୍ୟୁ ବରଣ ପରେ ଶରୀର ଦାନ ଏବଂ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର। ଏଭଳି ମହତ କାର୍ଯ୍ୟର ଖବର  ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତ ଟିହିଁକିପାଲି ଗ୍ରାମରୁ । ଶିକ୍ଷକ ରାମେଶ୍ଵର ପ୍ରଧାନ ଏବଂ ସମାଜସେବୀ ତଥା ବ୍ୟବସାୟୀ ଉମେଶ ପ୍ରଧାନଙ୍କ ମା’ ଚମ୍ପାବତୀ ପ୍ରଧାନ ଗତ ୧୩ ଅଗଷ୍ଟରେ ବରଗଡ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ଯୁବରଣ କରିଥିଲେ ।

bargarh3

ପୂର୍ବ ନିର୍ଦ୍ଧାରିତ ସ୍ବାକ୍ଷର ଅନୁଯାୟୀ ମେଡିକାଲ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଶରୀର ଦାନ କରିବା ସହ ଅନ୍ଧକାର ଦୁନିଆଁରୁ ଆଲୋକ ଦେଖାଇବା ଉଦ୍ଦେଶ୍ଯରେ ଚକ୍ଷୁଦାନ କରିଥିଲେ। ଯହା    ଅନ୍ଯମାନଙ୍କ ପାଇଁ ଉଦାହରଣ ସାଜିଥିଲେ ପରିବାର।  ଏବେ  ଆଉ ଏକ ମହତ କାମ କରି ଅନନ୍ୟ ଉଦାହାରଣ ସାଜିଛନ୍ତି  ପରିବାର ଲୋକେ। ଆଜି ଚମ୍ପାବତୀଙ୍କର ଶ୍ରାଦ୍ଧ ଦିବସ ଥିବାରୁ  ଏହି ଅବସରରେ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ନଜରରେ ରଖି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ପୂର୍ବରୁ ସୂର୍ଗତ ଚମ୍ପାବତୀଙ୍କ ସ୍ବାମୀ ଗଙ୍ଗାଧର ପ୍ରଧାନ ମଧ୍ଯ ମୃତ୍ଯୁ ପରେ ଚକ୍ଷୁ ଓ ଶରୀର ଦାନ କରିଥିଲେ । ମଙ୍ଗଳବାର ଗଙ୍ଗାଶ୍ରାଦ୍ଦ ସହ ଉଭୟ ଦମ୍ପତ୍ତିଙ୍କ ପାଇଁ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜ ପ୍ରତି ସମର୍ପିତ ପ୍ରଧାନ ପରିବାରଙ୍କୁ ଧର୍ଯ୍ୟ ଓ ସାହାସ ଦେବା ସହ ସୂର୍ଗତ ଚମ୍ପାବତୀ ଏବଂ ଗଙ୍ଗାଧରଙ୍କ ଶ୍ରଦ୍ଧାଞଳୀ ସଭାରେ ଶ୍ମୃତିଚାରଣ କରିବା ପାଇଁ ଅନେକ ନେତା,ବୁଦ୍ଧିଜୀବୀ,ପ୍ରଶାସନିକ ଅଧିକାରୀ,ସଚେତନ ନାଗରିକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷଙ୍କ ସୁଅ ଛୁଟିଥିଲା ଟିହିଁକିପାଲି ଗ୍ରାମକୁ । ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୩୮ ୟୁନିଟ  ସଂଗୃହିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.