ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରୁ ଭୁବନେଶ୍ୱର ଯାଏ ପଦଯାତ୍ରା, ମନ୍ଦିର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିବାକୁ ସେବାୟତଙ୍କ ଅଭିନବ ପ୍ରତିବାଦ

ବାରିପଦା (କେନ୍ୟୁଜ୍): ସେବାୟତଙ୍କ ଅଭିନବ ପ୍ରତିବାଦ । ମନ୍ଦିର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିବାକୁ ବାରିପଦାରୁ ଭୁବନେଶ୍ୱର ଯାଏ ପଦଯାତ୍ରା । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଛି ପଦଯାତ୍ରା। ଏଥିରେ ରଥ ମହାରଣା ମଧ୍ୟ ସାମିଲ ହୋଇଛନ୍ତି । ଫଳରେ ମହାପ୍ରଭୁଙ୍କ ଅଣସର ନୀତି ସାଙ୍ଗକୁ ରଥ ନିର୍ମାଣ କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଛି। ଠାକୁରଙ୍କ ୪୪ ହଜାର ଏକର ଜମି ଜବରଦଖଲ କବଜାରେ ଥିବା, ଦେବୋତ୍ତର ବିଭାଗରେ ସ୍ଥାୟୀ ଅଧିକାରୀ ନଥିବା, ସେବାୟତଙ୍କ ଦରମା ମାସକୁ ୫ ଶହ ଟଙ୍କା ଥିବା ବେଳେ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ଉପୁଜୁଥବା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଆଜି ବାଧ୍ୟ ହୋଇ ଏଭଳି ଅଭିନବ ପ୍ରତିବାଦ କରିବାକୁ ପଡୁଛି ବୋଲି କହିଛନ୍ତି ସେବାୟତ । ଏହି ପଦଯାତ୍ରାକୁ ସମର୍ଥନ ଜଣାଇଛି ସହରର ବିଭିନ୍ନ ଯୁବଛାତ୍ର ସଂଗଠନ । ପ୍ରାୟ ୩ ଶହ କିଲୋମିଟର ଚାଲିଚାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.