୫ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୭ ହଜାର କ୍ଷତିପୂରଣ ଦେବ ବଜାର ଇଣ୍ଡିଆ

ସମ୍ବଲପୁର(କେନ୍ଯୁଜ୍): କ୍ୟାରି ବ୍ୟାଗ୍‌ ପାଇଁ ୭ ହଜାର କ୍ଷତିପୂରଣ। ୫ଟଙ୍କା ପାଇଁ ଦେବାକୁ ପଡିଲା ୭ ହଜାର ଫାଇନ୍‌ । ଖାଉଟି ଅଦାଲତରେ ଦଣ୍ଡିତ ହେଲା ସମ୍ବଲପୁର ସ୍ଥିତ ବଜାର ଇଣ୍ଡିଆ । ଗୋପାଲ ଲାଲ ନାମକ ଜଣେ ଗ୍ରାହକ ବଜାର ଇଣ୍ଡିଆ ମଲକୁ ଯାଇ କିଛି ସାମଗ୍ରୀ କିଣିଥିଲେ। ବିଲ୍‌ ଦେଲା ସମୟରେ ମଲ୍‌ କର୍ମଚାରୀ ତାଙ୍କୁ କୌଣସି ପ୍ରକାର କ୍ୟାରି ବ୍ୟାଗ୍‌ ଦେଇନଥିଲେ। ଗ୍ରାହକ କ୍ୟାରି ବ୍ୟାଗ୍‌ ମାଗିବାରୁ ତାଙ୍କୁ ୫ ଟଙ୍କା ଦେବାକୁ ପଡିବ ବୋଲି ମଲ୍‌ କର୍ମଚାରୀ କହିଥିଲେ। ଏନେଇ ଗୋପାଲ ଏବଂ ମଲ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା।

ଶେଷରେ ଗୋପାଲ ୫ ଟଙ୍କା ଦେଇ କ୍ୟାରି ବ୍ୟାଗ୍‌ ନେଇଥିଲେ। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଖାଉଟି ଅଦାଲତରେ ଏନେଇ ମାମଲା ଦାୟର ହୋଇଥିଲା। ମାନ୍ୟବର ଅଦାଲତ ଘଟଣା ସମ୍ପର୍କରେ ତାଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ପ୍ରକାଶ କରିଥିଲେ। ବଜ଼ାର ଇଣ୍ଡିଆକୁ ୭ ହଜ଼ାର ଟଙ୍କାର କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ମାସ ମଧ୍ୟରେ କ୍ଷତିପୂରଣ ନଦେଲେ କ୍ଷତିପୂରଣ ରାଶି ସହ ୯ ପ୍ରତିଶତ ସୁଧ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.